ଛତିଶଗଡ଼ରେ ୧୦ ଲକ୍ଷ ପୁରସ୍କାର ଘୋଷଣା ଥିବା ୬ ଜଣ ନକ୍ସଲଙ୍କ ଆତ୍ମସମର୍ପଣ
ନାରାୟଣପୁର, ୨୭ ଜୁନ (ହି.ସ.) – ନାରାୟଣପୁର ପୋଲିସ ଦ୍ୱାରା ଆଇଟିବିପି, ବିଏସଏଫ, ଏସଟିଏଫ ର ମିଳିତ ବାହିନୀ ସହିତ ଚାଲିଥିବା ନକ୍ସଲ ବିରୋଧି ଅପରେସନରେ ସବୁଠାରୁ ସମ୍ବେଦନଶୀଳ ଅଂଚଳରେ ନିରନ୍ତର ଶିବିର ସ୍ଥାପନ ଯୋଗୁଁ ପୋଲିସ ଉପରେ ଚାପ ବୃଦ୍ଧି ପାଇଛି । ଫଳସ୍ୱରୂପ, ଶୁକ୍ରବାର ଦିନ ୧୦ ଲକ୍ଷ ଟଙ୍କାର ପ
ଛତିଶଗଡ଼ରେ ୧୦ ଲକ୍ଷ ପୁରସ୍କାର ଘୋଷଣା ଥିବା ୬ ଜଣ ନକ୍ସଲଙ୍କ ଆତ୍ମସମର୍ପଣ


ନାରାୟଣପୁର, ୨୭ ଜୁନ (ହି.ସ.) – ନାରାୟଣପୁର ପୋଲିସ ଦ୍ୱାରା ଆଇଟିବିପି, ବିଏସଏଫ, ଏସଟିଏଫ ର ମିଳିତ ବାହିନୀ ସହିତ ଚାଲିଥିବା ନକ୍ସଲ ବିରୋଧି ଅପରେସନରେ ସବୁଠାରୁ ସମ୍ବେଦନଶୀଳ ଅଂଚଳରେ ନିରନ୍ତର ଶିବିର ସ୍ଥାପନ ଯୋଗୁଁ ପୋଲିସ ଉପରେ ଚାପ ବୃଦ୍ଧି ପାଇଛି ।

ଫଳସ୍ୱରୂପ, ଶୁକ୍ରବାର ଦିନ ୧୦ ଲକ୍ଷ ଟଙ୍କାର ପୁରସ୍କାର ବହନ କରିଥିବା ୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସମସ୍ତ ନକ୍ସଲଙ୍କୁ ପ୍ରୋତ୍ସାହନ ସ୍ୱରୂପ ୫୦ ହଜାର ଟଙ୍କାର ଚେକ୍ ଦିଆଯାଇଛି ।

ଏହି ଅବସରରେ ୧୩୫ ବାଟାଲିୟନ ସୀମା ସୁରକ୍ଷା ବାହିନୀର କମାଣ୍ଡାଂଟ ନାଭାଲ ସିଂହ, ୫୩ ବାଟାଲିୟନ ଆଇଟିବିପିର କମାଣ୍ଡାଂଟ ସଂଜୟ କୁମାର, ଅତିରିକ୍ତ ପୋଲିସ ଅଧିକ୍ଷକ (ନକ୍ସଲ ଅପରେସନ) ରବିନସନ ଗୁଡ଼ିଆ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରେ ମାଡ଼ ଡିଭିଜନ ଏବଂ ଆମଦେଇ ଏରିଆ କମିଟିରେ ସକ୍ରିୟ ଥିବା ଚାରିଜଣ ମହିଳା ଏବଂ ଦୁଇଜଣ ପୁରୁଷଙ୍କ ସମେତ ମୋଟ ଛଅଜଣ ନକ୍ସଲ ଅନ୍ତର୍ଭୁକ୍ତ । ଆତ୍ମସମର୍ପଣ ପରେ ସମସ୍ତ ନକ୍ସଲବାଦୀଙ୍କୁ ପ୍ରୋତ୍ସାହନ ସ୍ୱରୂପ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲ । ନକ୍ସଲ ନିରାକଣ ନୀତି ଅନୁଯାୟୀ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ।

ହିନ୍ଦୁସ୍ଥାନ ସମାଚାର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande