୬୧ ତମ ରାଜ୍ୟ ସ୍ତରୀୟ କନିଷ୍ଠ ବାସ୍କେଟବଲ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାର ବାଳକ ଓ ବାଳିକା ଦଳ ଘୋଷିତ
ଭଦ୍ରକ, ୨୮ ଜୁନ୍ (ହି.ସ.) - ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ର ନିଷ୍ଟ ବିଶ୍ୱବିଦ୍ୟାଳୟ ଠାରେ ଆରମ୍ଭ ହେବାକୁ ଯାଉଥିବା ୬୧ ତମ ରାଜ୍ୟସ୍ତରୀୟ କନିଷ୍ଠ ବାସ୍କେଟବଲ ପ୍ରତିଯୋଗିତା ଟି ୨୯ ଜୁନ୍ ରୁ ଆରମ୍ଭ ହୋଇ ୨ ଜୁଲାଇ ରେ ସମାପ୍ତ ହେବ। ଏହି ପ୍ରତିଯୋଗିତା ନିମନ୍ତେ ଭଦ୍ରକ ତାର ୧୨ ଜଣ ବାଳକ ଓ ବାଳିକା ଖେଳାଳ
BASKET BALL BHADRAK DIST. TEAM DECLARED


ଭଦ୍ରକ, ୨୮ ଜୁନ୍ (ହି.ସ.) - ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ର ନିଷ୍ଟ ବିଶ୍ୱବିଦ୍ୟାଳୟ ଠାରେ ଆରମ୍ଭ ହେବାକୁ ଯାଉଥିବା ୬୧ ତମ ରାଜ୍ୟସ୍ତରୀୟ କନିଷ୍ଠ ବାସ୍କେଟବଲ ପ୍ରତିଯୋଗିତା ଟି ୨୯ ଜୁନ୍ ରୁ ଆରମ୍ଭ ହୋଇ ୨ ଜୁଲାଇ ରେ ସମାପ୍ତ ହେବ। ଏହି ପ୍ରତିଯୋଗିତା ନିମନ୍ତେ ଭଦ୍ରକ ତାର ୧୨ ଜଣ ବାଳକ ଓ ବାଳିକା ଖେଳାଳୀ ଙ୍କ ନାମ ଘୋଷଣା କରିଛି ।ଏହି ଦଳ କୁ ଜିଲ୍ଲା ଆଥଲେଟିକ୍ ଆଶୋସିଏସନ୍ ର ସଂପାଦକ ଧିରେନ୍ ପଲାଇ ଶୁଭେଚ୍ଛା ଜଣାଇବା ସହିତ ଜିଲ୍ଲା କ୍ରିଡା ଅଧିକାରୀ ତଥା ଅତିରିକ୍ତ ଉପ ଜିଲ୍ଲାପାଳ ଶ୍ୟାମଲ୍ କୁମାର ରାଏ ,ସ୍ୱତନ୍ତ୍ର କ୍ରିତା ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତି ଓ ବାସ୍କେଟବଲ୍ କୋଚ୍ ମନୋଜ କୁମାର ସାହୁ ପ୍ରମୁଖ ଖେଳାଳୀ ମାନଙ୍କୁ ରାଜ୍ୟ ସ୍ତରରେ ଉଲ ଖେଳ ପ୍ରଦର୍ଶନ କରନ୍ତୁ ବୋଲି ତାଙ୍କର ଶୁଭ ମନାସିଛନ୍ତି ।ଏହି ଦଳ ସହିତ ପାପାଲି ପାତ୍ର, ମନୋଜ କୁମାର ମହାନ୍ତି , କୋଚ୍ ଓ ମ୍ୟାନେଜର ଭାବରେ ସ୍ୱୟଂମ୍ ସମ୍ଭବ ଦାଶ୍ ଓ ସୂର୍ଯ୍ୟକାନ୍ତ ରାଉଳ ଯାତ୍ରା କରୁଛନ୍ତି । ଖେଳାଳୀ ଙ୍କ ନାମ ବାଳିକା ଦଳ- ଆଦ୍ୟାଶା ଆଦିତି ବେହେରା , ଦେବସ୍ମିତା ଜେନା , ଲିପଶିଖା ମହାଳିକ୍ , ସୋପ୍ନା ରାଣି ସେଠୀ, ଜିସମୟୀ.ନାୟକ ପ୍ରିୟଙ୍କା ତ୍ରିପାଠୀ, ଶୁଶ୍ରୀ ସଙ୍ଗିତା ମହାନ୍ତି ,ସୋନି ସୁହାନି ମହାପାତ୍ର , ପଦ୍ମଜା ପ୍ରିୟଦର୍ଶିନୀ ଦାସ,ସ୍ୱୟଂଶ୍ରୀ ଭଞ୍ଜ , ନୱେଷ୍ଠା ନସିମ୍ ଓ ଜ୍ଞାନ ପ୍ରଭା ସାହୁ । ବାଳକ ଦଳ - ସୌରଭ ନାୟକ , ଆଦିତ୍ୟ ଚୌଧୁରୀ ,ସୁମିତ୍ ନାୟକ , ରାହୁଲ ପଣ୍ଡା ,ଜୀବନ ଜ୍ୟୋତି ମଲିକ୍ ସିଦ୍ଧାର୍ଥ ମହାନ୍ତି, ସାଇ ସୁଭଙ୍କର ପଣ୍ଡା ,ସତ୍ୟ ରଞ୍ଜନ ନାୟକ , ଆକୁଦାସ ଅମିନ୍ ଖାନ୍ , ରୁଦ୍ରାକ୍ଷ ମହାରଣା , ଲକ୍ଷ୍ମି ନାରାୟଣ ପଣ୍ଡା ଓ ସୂର୍ଯ୍ୟ ପ୍ରକାଶ ସେଠୀ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande