କେନ୍ଦ୍ରାପଡା, ୨୮ ଜୁନ୍ (ହି.ସ.)- କେନ୍ଦ୍ରାପଡାର ଆଂଚଳିକ ଯାଦବ ମହାସଂଘର ପାଟଲାଗି ମହୋତ୍ସବ ଚଉଦକୁଲାଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଯାଦବ ମହାସଭାର ସଭାପତି ଅଶୋକ କୁମାର ବଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ଯାଦବ ସଂଗଠକ ଦୋଳଗୋବିନ୍ଦ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଉତ୍କଳ ଯାଦବ ମହାସଭାର ଉପସଭାପତି ମନୋଜ କୁମାର ପରିଡା ଶ୍ରୀ ଶ୍ରୀ ଦଧିବାମନଜୀଉ ମନ୍ଦିର ଟ୍ରଷ୍ଟି ଦେବାଶିଷ ମହାନ୍ତି, ଅଭିରାମ ପରମହଂସଙ୍କ ରାଷ୍ଟ୍ରୀୟ ମିଶନର ଅଧ୍ୟକ୍ଷ ତତ୍ୱଭୂଷଣ ପ୍ରଭାତ କୁମାର ଦାସ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିବାବେଳେ କେନ୍ଦ୍ରାପଡା ଜିଲ୍ଲା ଯାଦବ ମହାସଭାର ସାଧାରଣ ସମ୍ପାଦକ ଚିନ୍ମୟ ଦାସ ମୁଖ୍ୟବକ୍ତା, ଜିଲ୍ଲା ମହିଳା ସଭାନେତ୍ରୀ ମିନତୀ ଦାସ, କେନ୍ଦ୍ରାପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ଜିଲ୍ଲା ଯୁବ ଯାଦବ ମହାସଂଘର ସଂପାଦକ ଲୋକନାଥ ଦାସ, ପଟ୍ଟାମୁଣ୍ଡାଇ ବ୍ଲକର ରବିନ୍ଦ୍ର କୁମାର ପରିଡା ପ୍ରମୁଖ ଯୋଗଦେଇ ଜିଲ୍ଲା ଯାଦବ ମହାସଭାର ବିଭିନ୍ନ ସମସ୍ୟା ଓ ସଂଗଠନର ବିଭିନ୍ନ ଅସୁବିଧା ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ସଭା ପ୍ରାରମ୍ଭରେ ସଂପାଦକ ନବ କିଶୋର ଦାସ ସଂପାଦକୀୟ ବିବରଣୀ ପାଠ କରି ସଭାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏହି ସଭାରେ ବରିଷ୍ଟ ଯାଦବମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଅହିର ଯାଦବମାନେ ବଳିଦାନ ଦେଇ ସହିଦ୍ ହୋଇଥିବା ଜବାନ୍ ମାନଙ୍କର ଅମର ଆମ୍ôାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ଆୟୋଜିତ ଏହି ସଭାରେ ଡକ୍ଟର ରାମଚନ୍ଦ୍ର ଦାସଙ୍କ ଲିଖିତ ସ୍ମୃତି ଓ ଅନୁଭୂତିରେ ଯାଦବ ଜାତିର ଇତିହାସ ପୁସ୍ତକ ବଣ୍ଟନ କରାଯାଇଥିଲା । ସଭା ଶେଷରେ ଭୀମସେନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି