ପୁରୀ ରଥଯାତ୍ରାରେ ଆରଏସ୍‌ଏସ୍ ର ସେବାକାର୍ଯ୍ୟ
ପୁରୀ/ଭୁବନେଶ୍ୱର, ୨୮ ଜୁନ୍ (ହି.ସ.)- ପୁରୀ ରଥଯାତ୍ରାରେ ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସଂଯୋଜନାରେ ପ୍ରତିବର୍ଷଭଳି ଏବର୍ଷ ମଧ୍ୟ ୯ପ୍ରକାରର ସେବାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ଦିନ ପୂର୍ବାହ୍ନରେ ଭୋଳାନାଥ ବିଦ୍ୟାଳୟ ନିକଟରେ ଥିବା ସମିତିର ପ୍ରାଥମିକ ଚ
ପୁରୀ ରଥଯାତ୍ରାରେ ଆରଏସ୍‌ଏସ୍ ର ସେବାକାର୍ଯ୍ୟ


ପୁରୀ/ଭୁବନେଶ୍ୱର, ୨୮ ଜୁନ୍ (ହି.ସ.)- ପୁରୀ ରଥଯାତ୍ରାରେ ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସଂଯୋଜନାରେ ପ୍ରତିବର୍ଷଭଳି ଏବର୍ଷ ମଧ୍ୟ ୯ପ୍ରକାରର ସେବାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ଦିନ ପୂର୍ବାହ୍ନରେ ଭୋଳାନାଥ ବିଦ୍ୟାଳୟ ନିକଟରେ ଥିବା ସମିତିର ପ୍ରାଥମିକ ଚିକିତ୍ସା କେନ୍ଦ୍ର ସମୁଖରେ ସଂଘର ପୂର୍ବକ୍ଷେତ୍ରର ସହକ୍ଷେତ୍ର ପ୍ରଚାରକ ଜଗଦୀଶ ପ୍ରସାଦ ଖାଡ଼ଙ୍ଗା, କ୍ଷେତ୍ର ସମ୍ପର୍କ ପ୍ରମୁଖ ବିଦ୍ୟୁତ ମୁଖାର୍ଜୀ, ବିଶ୍ୱହିନ୍ଦୁ ପରିଷଦର ସଭାପତି ପ୍ରଫୁଲ କୁମାର ମିଶ୍ର ଏବଂ ସମିତିର ସଭାପତି ଅକ୍ଷୟ କୁମାର ବିଟ୍ ପ୍ରଦୀପ ପ୍ରଜ୍ୱଳନକରି ସେବାକାର୍ଯ୍ୟ ଉଦ୍‌ଘାଟନ କରିଥିଲେ ।

ଆହତ ଓ ମୂର୍ଚ୍ଛିତମାନଙ୍କୁ ଚିକିତ୍ସାଳୟରେ ଭର୍ତି କରିବା, ଆମ୍ବୁଲାନ୍ସ ଯିବାଆସିବା ନିମନ୍ତେ ଭିଡ ଭିତରେ ଆମ୍ବୁଲାନ୍ସ ପାଇଁ ମାନବୀୟ ରାସ୍ତା(ହ୍ୟୁମାନ ଚେନ) ନିର୍ମାଣକରି ରୋଗୀମାନଙ୍କୁ ଭିଡ ମଧ୍ୟରୁ ଆମ୍ବୁଲାନ୍ସ ମାଧ୍ୟମରେ ଚିକିତ୍ସାଳୟରେ ପହଞ୍ଚାଇବା, ବଡଦାଣ୍ଡରେ ଯେଉଁ ଭକ୍ତମାନେ ଅସୁସ୍ଥ ହୋଇ ପଡୁଥିଲେ ସେମାନଙ୍କୁ ଷ୍ଟ୍ରେଚର ମାଧ୍ୟମରେ ଆମ୍ବୁଲାନ୍ସ ନିକଟକୁ ନେଇଯିବା ଏବଂ ତୁରନ୍ତ ସେମାନଙ୍କୁ ଚିକିତ୍ସାଳୟରେ ପହଁଚାଇବା,ଚିକିତ୍ସାଳୟରେ ଆହତମାନଙ୍କୁ ଡାକ୍ତର ନିକଟକୁ ନେଇ ଡାକ୍ତରଙ୍କ ପରାମର୍ଶ କ୍ରମେ ବିଭିନ୍ନ ପ୍ରକାର ସେବାକାର୍ଯ୍ୟ ସ୍ୱୟଂସେବକମାନେ ଶୃଙ୍ଖଳାର ସହିତ ସୁଚାରରୂପେ ସଂପାଦନ କରିଥିଲେ ।

ଚଳିତ ବର୍ଷ ଆମ୍ବୁଲାନ୍ସ କରିଡ଼ର, ଆମ୍ବୁଲାନ୍ସ ସେବା, ଷ୍ଟ୍ରେଚର ସେବା,ଟ୍ରାଫିକସେବା, ଜଳ ବିତରଣ, ଜଳ ସିଞ୍ଚନ, ହସ୍ପିଟାଲ ସେବା, ବଡଦାଣ୍ଡ ସଫାଇ,ପ୍ରାଥମିକ ଚିକିତ୍ସା ଅନ୍ତର୍ଭୁକ୍ତ । ଏଥିରେ ମୋଟେ ୧୫୬୦ଜଣ ସ୍ୱୟଂସେବକ କାର୍ଯ୍ୟରତ ଥିଲେ। ଆହତ ଭକ୍ତମାନଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପାଇଁ ୨ଟି ଆମ୍ବୁଲାନ୍ସରେ ୨ଟି ପର୍ଯ୍ୟାୟରେ ୨୦ଜଣ, ଜଳ ବଣ୍ଟନ ପାଇଁ ୫ଟି ସ୍ଥାନରେ ୨ଟି ପର୍ଯ୍ୟାୟରେ ୨୫ଜଣ, ଜଳ ସିଞ୍ଚନରେ ୧୦ଟି ସ୍ପ୍ରେୟାରରେ ୨ଟି ପର୍ଯ୍ୟାୟରେ ୪୦ଜଣ, ୧୦ଟି ଷ୍ଟ୍ରେଚର ପାଇଁ ୨ଟି ପର୍ଯ୍ୟାୟରେ ୮୦ଜଣ ଏବଂ ୨ଟି ମେଡିକାଲରେ ୨୦୦ଜଣ, ବଡ଼ଦାଣ୍ଡ ସଫେଇ ପାଇଁ ୨୦୦ଜଣ, ପ୍ରାଥମିକ ଚିକିତ୍ସା ପାଇଁ ୫ଜଣ ଡାକ୍ତର, ୨ଜଣ ଫାର୍ମାସିଷ୍ଟି, ୪ଜଣ ସହଯୋଗୀ ମୋଟ ୧୧ଜଣ, ଟ୍ରାଫିକ ସେବା ପାଇଁ ୧୦୦ଜଣ, ରଥ ସମ୍ମୁଖରୁ ମେଡିକାଲ ଛକ ପର୍ଯ୍ୟନ୍ତ ଆମ୍ବୁଲାନ୍ସକୁ ସୁବିଧାରେ ଆସିକୁ କରିଡର ପାଇଁ ୮୮୪ଜଣ ନିୟୋଜିତ ଥିଲେ ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାରକ ବିପିନ ପ୍ରସାଦ ନନ୍ଦ, ସହପ୍ରାନ୍ତ ପ୍ରଚାରକ ଅସିତ କୁମାର ସାହୁ, ପ୍ରାନ୍ତ ସେବାପ୍ରମୁଖ ଶାନ୍ତନୁ ମାଝୀ, ବିଭାଗ ସେବା ପ୍ରମୁଖ ରଞ୍ଜନ ମହାରଣା, ବିଭାଗ ପ୍ରଚାରକ ଚନ୍ଦ୍ରଶେଖର ମହାପାତ୍ର , ବିଭାଗ ସହ ସମ୍ପର୍କ ପ୍ରମୁଖ ବାମଦେବ ନାୟକ, ଜିଲ୍ଲା କାର୍ଯ୍ୟବାହ ସର୍ବଶ୍ୱର ବିଶୋଇ, ଉତ୍କଳ ବିପନ୍ନ ସହାୟତା ସମିତିର ରଥଯାତ୍ରା ସେବା ସଂଯୋଜକ ରୁଦ୍ରନାରାୟଣ ମହାପାତ୍ରଙ୍କ ତତ୍ୱାବଧାନରେ ଏହି ସମସ୍ତ ସେବାକାର୍ଯ୍ୟ ଅନୁଷ୍ଠିତ ହେଉଛି । ପ୍ରାଥମିକ ଚିକିତ୍ସା ସେବାରେ ରଥ ଯାତ୍ରା ଦିନ ୭୫୦ଜଣ ଭକ୍ତଙ୍କୁ ଚିକିତ୍ସା ସୁବିଧାଯୋଗାଇ ଦିଆଯାଇଛି । ପ୍ରାଥମିକ ଚିକିତ୍ସା ସେବା ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଂଯୋଜକ ରୁଦ୍ରନାରାୟଣ ମହାପାତ୍ର ଜଣାଇଛନ୍ତି ।

ଏତଦ୍‌ବ୍ୟତୀତ ସଂଘର ଆନୁସଙ୍ଗୀକ କ୍ଷେତ୍ର ବିଶ୍ୱହିନ୍ଦୁ ପରିଷଦ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ହିନ୍ଦୁ ଜାଗରଣ ମଞ୍ଚ,ଭାରତୀୟ ମଜଦୁର ସଂଘ, ଭାରତ ବିକାଶ ପରିଷଦର ତରଫରୁ ମଧ୍ୟ ସେବାକାର୍ଯ୍ୟ ଚାଲୁରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande