ସମ୍ବଲପୁର, ୨୮ ଜୁନ୍ (ହି.ସ.) - ସମ୍ବଲପୁର ସହରର ଧନୁପାଲି ଶିଶୁ ବିଦ୍ୟାମନ୍ଦିର ଠାରେ ତ୍ରିଦିବସୀୟ ପଶ୍ଚିମ ସମ୍ଭାଗ ସାମୁହିକ କାର୍ଯ୍ୟଶାଳା ଆରମ୍ଭ ହୋଇଯାଇଛି। ଉକ୍ତ ଉତ୍ସବରେ ପର୍ଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ସଂସ୍ଥାନର ପ୍ରାକ୍ତନ ଅଧ୍ୟକ୍ଷ ଡ଼. ମୀନ କେତନ ପାଠୀ କାର୍ଯ୍ୟଶାଳା କୁ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରାନ୍ତ ପ୍ରଚାରକ, ପଶ୍ଚିମ ସମ୍ଭାଗ ଶଙ୍କର ପ୍ରସାଦ ପଣ୍ଡା ତାଙ୍କ ଅଭିଭାଷଣରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟଙ୍କ ପାଇଁ ପ୍ରଶିକ୍ଷଣ ଅତ୍ୟନ୍ତ ଜରୁରୀ ବୋଲି ମତ ବ୍ୟକ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପଶ୍ଚିମ ସମ୍ଭାଗ ସହ ସଂଯୋଜକ ଜୟ କିଶୋର ପଣ୍ଡା, ମହୋଦୟ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଭୁ ପ୍ରସାଦ ମହାପାତ୍ର ଅତିଥିଙ୍କ ପରିଚୟ ସହ କାର୍ଯ୍ୟକ୍ରମର ରୂପ ରେଖ ବିଷୟରେ ଆଲୋଚନା କରିଥିଲେ । ସମୁଦାୟ ଦୁଇ ଶହ ରୁ ଉର୍ଦ୍ଧ ଗୁରୁଜୀ ଗୁରୁମା ଅଂଶ ଗ୍ରହଣ କରିଛନ୍ତି। ପଶ୍ଚିମ ସମ୍ଭାଗ ସଂଯୋଜଗ ଜ୍ୟୋତି ରଞ୍ଜନ ମିଶ୍ର କାର୍ଯ୍ୟକ୍ରମର ଉଦେଶ୍ୟ କଥନ କରିଥିଲେ । ସଂକୁଳ ପ୍ରମୁଖ ପ୍ରମୋଦ ପାଢ଼ୀ ମହୋଦୟ ମଂଚାସୀନ ଥିଲେ କ୍ଷସୁଧାରି ଦେବେ । ସ୍ଥାନୀୟ ବିଦ୍ୟାଳୟ ର ସଭାପତି ଡ଼. ଦେବେନ୍ଦ୍ର ପଣ୍ଡା ପ୍ରଶିକ୍ଷିକା ମାନଙ୍କୁ ଉଦବୋଧନ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ