ସୁବର୍ଣ୍ଣପୁର 28 ଜୁନ୍ (ହି.ସ.)ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଥାନାକୁ ଆଜି ରାଜ୍ୟ ନୂଆଁ ସରକାରଙ୍କ ପକ୍ଷରୁ ୮ଟି ନୂଆଁ ଚାରିଚକିଆ ବାହନ ପ୍ରଦାନ ଯାଇଛି। ଆଜି ଏହାର ଶୁଭାରମ୍ଭ କରିଛନ୍ତି ଜିଲ୍ଲାର ନୂଆଁ ଏସପି ନାରାୟଣ ନାୟକ l ଜିଲ୍ଲାର ସମସ୍ତ ଫାଣ୍ଡି ଓ ଥାନା ମାନଙ୍କୁ ଏ ଗାଡ଼ି ଗୁଡ଼ିକ ଶୀଘ୍ର ପହଞ୍ଚାଇ ଦିଆଯିବ ଯାଦ୍ୱାରା ବିଭିନ୍ନ ଅପହଞ୍ଚ ଅଞ୍ଚଳର ଘଟଣା,ଦୁର୍ଘଟଣାସ୍ଥଳକୁ ପୋଲିସ କର୍ମଚାରୀଙ୍କ ପହଂଚି ବାକୁ ସୁବିଧା ହେବ ବୋଲି ଏସପି ମିଡିଆଙ୍କୁ ସୁଚନା ଦେଇଛନ୍ତି l ଏହା ଦ୍ବାରା କଡାକଡି ପେଟ୍ରୋଲିଙ୍ଗ କରି ଜିଲ୍ଲାରେ ଅସାମାଜିକ କାର୍ଯ୍ଯକଳାପ ଓ ସମସ୍ତ ଅପରାଧକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ମଧ୍ୟ ଏସପି ଶ୍ରୀ ନାୟକ ସୂଚନା ଦେଇଛନ୍ତି l ଏସପି ଶ୍ରୀ ନାୟକଙ୍କ ସମେତ ଅତିରିକ୍ତ ଏସପି, ଡି ଏସ ପି, ଓ ସମସ୍ତ ଥାନା ଭାରପ୍ରାପ୍ତ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଏହି ଚାରିଚକିଆ ଯାନର ଶୁଭ ଉଦ୍ଘାଟନ ପରେ ଯାନ ଗୁଡ଼ିକ ସୋନପୁର ସହର ପରିକ୍ରମା ଦ୍ୱାରା ପ୍ରଦର୍ଶନ କରଯାଇଥିଲା l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ