ଯୁବକଙ୍କୁ ଥାନାଧିକାରୀଙ୍କ ମାଡ଼ ମରା ଘଟଣା, ଏସପିଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ
କୋରେଇ, ୨୮ ଜୁନ୍ (ହି.ସ.)- ଯାଜପୁର ଜିଲ୍ଲାର ପ୍ରତ୍ୟେକ ଥାନା ବିଜେପିର ପାର୍ଟି କାର୍ଯ୍ୟାଳୟ ପାଲଟିଛି । ଜନସାଧାରଣଙ୍କ ଟିକସରେ ଦରମା ପାଉଥିବା ପୁଲିସ ଜନତାର ସେବକ ହେବା ପରିବର୍ତେ ଜନତାଙ୍କୁ ସେବକ ବୋଲି ଭାବୁଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକୁ ଥାନାଧିକାରୀ ମାନୁ ନାହାନ୍ତି । ଓଲଟି
ଯୁବକଙ୍କୁ ଥାନାଧିକାରୀଙ୍କ ମାଡ଼ ମରା ଘଟଣା, ଏସପିଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ


କୋରେଇ, ୨୮ ଜୁନ୍ (ହି.ସ.)- ଯାଜପୁର ଜିଲ୍ଲାର ପ୍ରତ୍ୟେକ ଥାନା ବିଜେପିର ପାର୍ଟି କାର୍ଯ୍ୟାଳୟ ପାଲଟିଛି । ଜନସାଧାରଣଙ୍କ ଟିକସରେ ଦରମା ପାଉଥିବା ପୁଲିସ ଜନତାର ସେବକ ହେବା ପରିବର୍ତେ ଜନତାଙ୍କୁ ସେବକ ବୋଲି ଭାବୁଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକୁ ଥାନାଧିକାରୀ ମାନୁ ନାହାନ୍ତି । ଓଲଟି ଆରକ୍ଷୀ ଅଧିକ୍ଷକ ଥାନଧିକାରୀ ମାନଙ୍କୁ ଡ଼ରୁଛନ୍ତି । ଯଦି ଏପରି ଘଟେ ତେବେ ବିଜେଡ଼ି ରାଜରାସ୍ତାକୁ ଓହ୍ଲାଇବ । ତୁରନ୍ତ କାଳିଆପାଣି ଥାନାଧିକାରୀ ଶିବ ଚରଣ ବେହେରାଙ୍କୁ ବଦଳି କରିବା ସହିତ ମାଡ଼ ମରାଯାଇଥିବା ଉକ୍ତ ଯୁବକଙ୍କୁ କ୍ଷତିପୁରଣ ପ୍ରଦାନ କରାଯାଉ । ଏଭଳି ଅଭିଯୋଗ ଆଣି ସୁକିନ୍ଦାର ପୁର୍ବତନ ବିଧାୟକ ତଥା ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ ଯାଜପୁର ଆରକ୍ଷୀ ଅଧିକ୍ଷକ ୟଶ ପ୍ରତାପ ଶ୍ରୀମଲଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି । ସୂଚନାନୁସାରେ, କାଳିଆପାଣି ଥାନା ଅଧିକାରୀ ଶିବ ଚରଣ ବେହେରା ସୋସିଆଲ ମିଡ଼ିଆରେ ଏକ ପୋଷ୍ଟକୁ ନେଇ ରାସୋଇ ପଂଚାୟତର ଜଣେ ଯୁବକ ସିଦ୍ଧାର୍ଥ ବେହେରାଙ୍କୁ ରାତି ଅଧିଆ ଉଠାଇ ନେଇ ଥାନାର ଗେଟରେ ତାଲା ପକାଇ ୪ ଘଂଟା ଧରି ଅକଥନୀୟ ନିର୍ଯ୍ୟାତନା ଦେଇଥିବା ଫଳରେ ଯୁବକ ଜଣକ ଆଇଆଇସିଙ୍କ ମାଡ଼ରେ ଗୁରୁତର ହୋଇ ସୁକିନ୍ଦା ଡ଼ାକ୍ତରଖାନା ଓ ପରେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଏପରିକି ନିଜକୁ ବଂଚାଇବା ପାଇଁ ଥାନାଧିକାରୀ ଜଣକ କିଛି ବିରୋଧି ଗୋଷ୍ଠୀ ମାନଙ୍କୁ ଥାନାକୁ ଡ଼କାଇ ସିଦ୍ଧାର୍ଥଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ପ୍ରସ୍ତୁତ କରି ତାଙ୍କୁ ଜେଲ ପଠାଇବା ଲାଗି ବ୍ୟବସ୍ଥା କରିଛନ୍ତି । କାଳିଆପାଣି ଥାନାଧିକାରୀ ଶାସକ ଦଳର ବୋଲକରା ହୋଇ କାର୍ଯ୍ୟ କରୁଥିବା ଅଭିଯୋଗ କରିବା ସହିତ ବିଜେଡ଼ି କର୍ମୀ ଓ ନେତା ମାନଙ୍କୁ ବିଭିନ୍ନ ଧମକଚମକ ଦେଉଥିବାର ପୂର୍ବତନ ମନ୍ତ୍ରୀ ପ୍ରିତିରଂଜନ ଘଡ଼ାଇ ଅଭିଯୋଗ କରିଆସୁଥିଲେ । କାଳିଆପାଣିରେ ବିଜେଡ଼ି ସମର୍ଥତ ଶ୍ରମିକ ସଙ୍ଗଠନ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ଘଟଣାରେ ପୁଲିସର ପକ୍ଷପାତିତା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବାକୁ ଯାଇ ବିଜେଡ଼ିର ସାମାଜିକ ମିଡ଼ିଆ କର୍ମୀ ସିଦ୍ଧାର୍ଥ ବେହେରା ଆଇଆଇସିଙ୍କ ଆକ୍ରମଣର ଶୀକାର ହୋଇଥିଲେ । ଶନିବାର ଶ୍ରୀ ଘଡ଼ାଇଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ଏସପିଙ୍କୁ ସାକ୍ଷାତ କରି ତୁରନ୍ତ ଆଇଆଇସିଙ୍କୁ ବଦଳି ସହିତ ଯୁବକଙ୍କୁ ଉପଯୁକ୍ତ କ୍ଷତିପୁରଣ ପ୍ରଦାନ କରିବା ଲାଗି ଦାବି କରିଥିଲେ । ଅପରପକ୍ଷେ ଏସପି ଶ୍ରୀ ଶ୍ରୀମଲ ଅତିରିକ୍ତ ଏସପିଙ୍କ ଦ୍ୱାରା ତଦନ୍ତ କରାଯାଉଛି,ଯିଏ ଦୋଷୀ ତାକୁ ଦଣ୍ଡ ଦିଆଯିବ ବୋଲି କହିଥିବା ବେଳେ ପୁଲିସ ମାଡ଼ ମାରିବା କେଉଁ ସମ୍ବିଧାନରେ ଉଲ୍ଲେଖ ଅଛି ତାହା ଜଣାଇବାକୁ ଶ୍ରୀ ଘଡ଼ାଇ ଏସପିଙ୍କୁ କହିଥିଲେ । ଏଥି ସହିତ ସୁକିନ୍ଦା ଥାନାରେ କାର୍ଯ୍ୟାରତ ଥିବାବେଳେ ବିନା କାରଣରେ ଜଣେ ଗାଡ଼ି ଚାଳକଙ୍କୁ ଡ଼ାକ୍ତରଖାନା ପରିସରରେ ମାଡ଼ ମାରିବା ଘଟଣା ମାନ୍ୟବର କୋର୍ଟଙ୍କ ବିଚାରାଧିନ ଥିବାବେଳେ ତାଙ୍କୁ ପୁଣି ଥାନାରେ ପୋଷ୍ଟିଙ୍ଗ କରିବାର ଉଦ୍ଦେଶ୍ୟ କଣ ବୋଲି ଶ୍ରୀ ଘଡ଼ାଇ ଏସପିଙ୍କୁ ପଚାରିଥିଲେ । ଶ୍ରୀ ଘଡ଼ାଇଙ୍କ ସମେତ ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର, ସିଦ୍ଧାର୍ଥଙ୍କ ମାଆ କୁନ୍ତଳା ବେହେରା, ଦାନଗଦୀ ବ୍ଲକ ଅଧ୍ୟକ୍ଷ ଦିବ୍ୟଜ୍ୟୋତି ବରାଳ,୩୭ ନମ୍ବର ଜିଲ୍ଲା ପରିଷଦ ଜେମା ଚାଖି, କାଳିଆପାଣି ସରପଂଚ ବିକାଶ ପାତ୍ର, ସମିତି ସଭ୍ୟ ସାଲୁକା ହଂହାଗା, ପୂର୍ବତନ ସରପଂଚ ଜିନିତା ମୁଣ୍ଡା, ସୁଷମା ନାୟକ, ବିଶ୍ୱଜିତ ମହାନ୍ତି, ପଂଚାୟତ ସଭାପତି ବୈକୁଣ୍ଠ ମହନ୍ତ ,ପୁର୍ବତନ ବ୍ଲକ ଅଧ୍ୟକ୍ଷ ଭଗବତୀ ମହନ୍ତ, ସରପଂଚ କନକଲତା ସର୍ଦ୍ଦାର,୯ ନମ୍ବର ଜିଲ୍ଲା ପରିଷଦ ଟିନା ହାଇବ୍ରୁ, ପୂର୍ବତନ ଜିଲ୍ଲା ପରିଷଦ ପ୍ରତାପ ପାତ୍ର, କାଙ୍କଡ଼ପାଳ ପଂଚାୟତର ସରପଂଚ ସଂଜୟ ପରିଡ଼ା, ସମିତି ସଭ୍ୟ ସମ୍ବରା ମୁଣ୍ଡା, ସୁକିନ୍ଦା ଅଂଚଳିକ କ୍ରୋମାଇଟ ଖାଦାନ ମଜଦୁର ସଂଘର ସମ୍ପାଦକ ଭାରତ ମହନ୍ତ, ଉପସଭାପତି ନିର୍ମଳେନ୍ଦୁ ବେହୁରିଆ , ତପନ ପାତ୍ର, ବଳରାମ ଦାସଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ସାମିଲ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande