ଧର୍ମଶାଳା,୨୮ଜୁନ୍(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ହାଟପଡିଆସ୍ଥିତ ମାଉସୀମା ମନ୍ଦିରରେ ଚୁତୁର୍ଦ୍ଧା ମୁର୍ତୀ ପୂଜା ପାଉଥିବା ବେଳେ ସମଗ୍ର ଅଂଚଳ ଜଗନ୍ନାଥମୟ ହୋଇପଡିଛି । ଗତକାଲି ଭାଲୁଖାଇ ଜଗନ୍ନାଥ ମନ୍ଦିରରୁ ଠାକୁର ରଥରେ ବିରାଜମାନ ହୋଇ ମାଉସୀମା ମନ୍ଦରେକୁ ଆସିଛନ୍ତି । ସେଠାରେ ଥିବା ମାଉସୀମା ମନ୍ଦିରରେ ଠାକୁର ବାହୁଡା ପର୍ଯ୍ୟନ୍ତ ନଅ ଦିନ ବ୍ୟାପି ରହି ପୂଜା ପାଇବେ । ଏହି ଅବସରରେ ବିଭିନ୍ନ ଅଂଚଳରୁ ଶହ ଶହ ଶ୍ରଦ୍ଧାଳୁ ଆସି ଠାକୁରଙ୍କୁ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି । ମାଉସୀମା ମନ୍ଦିର ପରିସର ଖୁବ ଚଳଚଂଚଳ ଓ ଭକ୍ତିମୟ ହୋଇଉଠିଥିବା ବେଳେ ଏଠାକୁ ଆସୁଥିବା ଭକ୍ତମାନଙ୍କ ପାଇଁ ମୁନସୀ ମେଲଣ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତମାନଙ୍କ ଚିତ ବିନୋଦନ ପାଇଁ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିବାର ବ୍ୟବସ୍ଥା ଗ୍ରହଣକରାଯାଇଛି । ଅଜି ସନ୍ଧ୍ୟାରୁ ସ୍ଥାନୀୟ କିର୍ତନ ମଣ୍ଡଳୀ ପକ୍ଷରୁ ଭଜନ କିର୍ତନ କରାଯାଇଥିବା ବେଳେ ପରେ ପରେ ମୁନୀ ସନ୍ତୋଷ ଚୈତନ୍ୟଙ୍କ ଦ୍ୱାରା ପ୍ରବଚନ ପ୍ରଦନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ମୁନସୀ ମେଲଣ କମିଟିର ସଭାପତି ତଥା ଥାନା ଅଧିକାରୀ ରଞ୍ଜନ କୁମାର ମାଝି, ସାଧାରଣ ସମ୍ପାଦକ ପ୍ରମୋଦ କୁମାର ଦାସ,ଗଗନ ବରାଳ,ବିଚିତ୍ର ସ୍ୱାଇଁ,ଚନ୍ଦ୍ରମଣି ପଣ୍ଡିତ, ଆଲୋକ ଲେଙ୍କା, ଶରତ ଓଝା,ମନୋଜ ରାଉଳ,ପ୍ରବୋଧ ପାତ୍ର, ଅମୀୟ ମହାନ୍ତି, ରମେଶ ମହାନ୍ତି ପ୍ରମୁଖ ବହୁ ସଦସ୍ୟ ପରିଚାଳନାରେ ସହାୟତା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ