ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ
ଧର୍ମଶାଳା,୨୮ଜୁନ୍‌(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ନାବାଳକର ମୃତ୍ୟୁ ହୋଇଛି। ମୃତକ ଅଭୟପୁର ପଂଚାୟତ ଅଚ୍ୟୁତପୁର ଗ୍ରାମର ପ୍ରଭାସ କୁମାର ସାହୁ ଙ୍କ ପୁଅ ଓମପ୍ରକାଶ ସାହୁ (୧୭) ବୋଲି ଜଣାପଡିଛି । ଆଜି ସକାଳୁ ବିଦ୍ୟୁତ ତାର କାର
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ


ଧର୍ମଶାଳା,୨୮ଜୁନ୍‌(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ନାବାଳକର ମୃତ୍ୟୁ ହୋଇଛି। ମୃତକ ଅଭୟପୁର ପଂଚାୟତ ଅଚ୍ୟୁତପୁର ଗ୍ରାମର ପ୍ରଭାସ କୁମାର ସାହୁ ଙ୍କ ପୁଅ ଓମପ୍ରକାଶ ସାହୁ (୧୭) ବୋଲି ଜଣାପଡିଛି । ଆଜି ସକାଳୁ ବିଦ୍ୟୁତ ତାର କାର୍ବନ ହେବା ଯୋଗୁଁ ଘରକୁ ବିଜୁଳି ଆସୁନଥିଲା । ଏଥି ଯୋଗୁଁ ଓମ ଘର ଛାତ ଉପରେ ଚଡି ଛାତରେ ପଡିଥିବା ଏକ ବାଉଁଶ ବାଡିରେ ତାରକୁ ବାଡେଇବା ସମୟରେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ସେ ସେଠାରେ ଅଟକି ରହିଯାଇଥିଲା । ଓମର ଦାଦା କୌଣସି କାମରେ ଛାତ ଉପରକୁ ଯାଇଥିବା ବେଳେ ଏହା ଦେଖି ଏକ ସୁଖିଲା କାଠରେ ବାଡେଇ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରଥିଲେ । ପରେ ପରିବାର ଲୋକେ ତାକୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ । ହେଲେ କଟକରେ ପହଁଚିବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୋଟିଏ ମାତ୍ର ପୁଅକୁ ହରାଇ ପରିବାର ଲୋକେ ଧର୍ଯ୍ୟହରା ହୋଇପଡିଛନ୍ତି । ଓମର ଅକାଳ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଳରେ ଶୋକର ଛାୟା ଖେଳିଯାଇଛି।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande