ସଂସ୍କୃତି ପରିଷଦ ପକ୍ଷରୁ ଡ଼କ୍ଟର ରାଜକିଶୋର ପାଢ଼ୀଙ୍କୁ ସମ୍ବର୍ଦ୍ଧନା
ଧର୍ମଶାଳା,୨୮ଜୁନ୍‌(ହି.ସ.) - ଯାଜପୁର ଜିଲା ଧର୍ମଶାଳା ସଂସ୍କୃତି ପରିଷଦ ଓ ଉତ୍କଳମଣି ଗୋପବନ୍ଧୁ ସେବା ସଂଘ ପକ୍ଷରୁ ଚଳିତ ବର୍ଷ କେନ୍ଦ୍ର ବାଲ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ଡ଼କ୍ଟର ରାଜକିଶୋର ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅନୁଷ୍ଠାନର ସଭାପତି ଡାକ୍ତର ବିଜୟ କୁମାର ଶତପଥୀଙ୍କ ଅଧ
ସଂସ୍କୃତି ପରିଷଦ ପକ୍ଷରୁ ଡ଼କ୍ଟର ରାଜକିଶୋର ପାଢ଼ୀଙ୍କୁ ସମ୍ବର୍ଦ୍ଧନା


ଧର୍ମଶାଳା,୨୮ଜୁନ୍‌(ହି.ସ.) - ଯାଜପୁର ଜିଲା ଧର୍ମଶାଳା ସଂସ୍କୃତି ପରିଷଦ ଓ ଉତ୍କଳମଣି ଗୋପବନ୍ଧୁ ସେବା ସଂଘ ପକ୍ଷରୁ ଚଳିତ ବର୍ଷ କେନ୍ଦ୍ର ବାଲ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ଡ଼କ୍ଟର ରାଜକିଶୋର ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅନୁଷ୍ଠାନର ସଭାପତି ଡାକ୍ତର ବିଜୟ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଧର୍ମଶାଳା କ୍ଲବ ପରିସରରେ ଆଜି ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ବାମଦେବ ପାଢ଼ୀ ଯୋଗଦେଇ ଶ୍ରୀ ପାଢ଼ୀଙ୍କ ସାହିତ୍ୟ କୃତି ଉପରେ ଆଲୋକପାତ କରିଥିଲେ। ସୂଚନା ଯୋଗ୍ୟ ଯେ ଶିଶୁ କବିତା ପୁସ୍ତକ କେତେ ଫୁଲ ଫୁଟିଛି ପାଇଁ ରାଜକିଶୋର ପାଢୀଙ୍କୁ କେନ୍ଦ୍ରୀୟ ବାଲ ସାହିତ୍ୟ ପୁରସ୍କାର ନିମନ୍ତେ ମନୋନିତ କରାଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଅକ୍ଷୟ କୁମାର ଜେନା, ସଂପାଦକ ପ୍ରବୋଧ କୁମାର ପାତ୍ର, ସମାଜସେବୀ ମିନତୀ ସାହୁ , ମାଧୁରୀ ଶତପଥୀ , ଅଖିଳ କୁମାର ସ୍ୱାଇଁ,ପଦ୍ମଜା ଶରଣ , ପ୍ରେମଲତା ମହାରଣା, ଡ. ପ୍ରଶାନ୍ତ କୁମାର ସ୍ୱାଇଁ, ପ୍ରଫୁଲ୍ଲ କୁମାର ସ୍ୱାଇଁ, ସୁନାକର ସାହୁ, ଆଦିକନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷକ ଗଣେଶ୍ୱର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande