ଭଦ୍ରକ, ୨୯ ଜୁନ୍ (ହି.ସ.) - ଅବେଳରେ ଝଡି ପଡିଥିବା ଅନହରପୁର ଗ୍ରାମର ନିଷ୍ପାପ ବାଳକ ସୌମ୍ୟ ରଞ୍ଜନ ରାଉତଙ୍କ ମୃତ୍ୟୁ କୁ ତିନି ଦିନ ହୋଇଛି। ପୁଅକୁ ହରାଇ ଭାଙ୍ଗି ପଡିଥିବା ମା କୁ ଆଜି ପ୍ରଶାସନ ପକ୍ଷରୁ ସହାୟତାର ହାତ ବଢ଼ାଯାଇଛି । ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଏବଂ ଏସ ପି ମନୋଜ ରାଉତଙ୍କ ସହ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରି ମୃତ ବାଳକର ପରିବାରକୁ କିଭଳି ସରକାରୀ ସହାୟତା ଦିଆଯାଇପାରିବ ସେ ନେଇ ଛୋଟିଆ ପ୍ରୟାସ ଟିଏ କରିଥିଲି । ତାଙ୍କ ନିର୍ଦେଶ କ୍ରମେ ଆଜି ଧାମନଗର ତହସିଲଦାର ସାଇ ଲୋକନାଥ ସେଠୀ, ଧାମନଗର ଏସ ଡିପିଓ ତ୍ରିଲୋଚନ ସେଠୀ ,ଅତିରିକ୍ତ ତହସିଲଦାର ସାଇ ସିଲୋନା ,ଧାମନଗର ଥାନା ଅଧିକାରୀ ଗୋପାଳ କୃଷ୍ଣ ଜେନା ମୃତ ସୌମ୍ୟର ମାଙ୍କୁ ଭେଟି ୨୫ହଜାର ଟଙ୍କାରଆର୍ôଥକ ସହାୟତା ଦେବା ସଙ୍ଗେ ସଙ୍ଗେ ବେସାହାରା ପରିବାରକୁ ସରକାରଙ୍କ ବାତ୍ସଲ୍ୟ ଯୋଜନାରେ ପ୍ରତିମାସ ଆର୍ôଥକ ସହାୟତା ଯୋଗାଇ ଦେବାକୁ କଥା ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ପଂଚାୟତର ଲୋକ ପ୍ରତିନିଧି ଭାବେ ଉପସ୍ଥିତ ରହି ଅଧିକାରୀଙ୍କୁ ସହଯୋଗ କରିଥିଲି ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ