ପୁରୀ ଅଭାବନୀୟ ଘଟଣା କାରଣରୁ ‘ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ’ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ: ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
ଭୁବନେଶ୍ୱର, 30 ଜୁନ (ହି.ସ) ଗତ କାଲି ପୁରୀଠାରେ ଦୁର୍ଭାଗ୍ୟଜନକ ଘଟଣା ଘଟିଯାଇଛି, ଯେଉଁଥିରେ ୩ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇବା ସହିତ ଅନେକ ଭକ୍ତ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତାହତଙ୍କ ଶେଷକୃତ୍ୟ ହୋଇନାହିଁ । ଏଭଳି ଅଭାବନୀୟ ଘଟଣା ଆମ ସମସ୍ତଙ୍କୁ ମର୍ମାହତ କରିବା ସହିତ ବିଚଳିତ କରିଛି । ମୃତ
ପୁରୀ ଅଭାବନୀୟ ଘଟଣା କାରଣରୁ ‘ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ’ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ: ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ


ଭୁବନେଶ୍ୱର, 30 ଜୁନ (ହି.ସ) ଗତ କାଲି ପୁରୀଠାରେ ଦୁର୍ଭାଗ୍ୟଜନକ ଘଟଣା ଘଟିଯାଇଛି, ଯେଉଁଥିରେ ୩ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇବା ସହିତ ଅନେକ ଭକ୍ତ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତାହତଙ୍କ ଶେଷକୃତ୍ୟ ହୋଇନାହିଁ । ଏଭଳି ଅଭାବନୀୟ ଘଟଣା ଆମ ସମସ୍ତଙ୍କୁ ମର୍ମାହତ କରିବା ସହିତ ବିଚଳିତ କରିଛି । ମୃତାହତ ଶ୍ରଦ୍ଧାଳୁଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛୁ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି ।

ଏହି କାରଣରୁ ଆସନ୍ତା ଜୁଲାଇ ୧ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ସ୍ଥଗିତ ରଖାଯାଉଛି । ଆଜିଠାରୁ ସମସ୍ତ ପ୍ରକାରର ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ରଖାଗଲା ଏବଂ ପରବର୍ତୀ ସମୟରେ ନିର୍ବାଚନ ପ୍ରସଙ୍ଗରେ ସୁଚନା ଦିଆଯିବ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande