ଆଜିଠୁ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା
ଭୁବନେଶ୍ୱର, 30 ଜୁନ (ହି.ସ.) ମାଧ୍ୟମିକ ପରିଷଦ(ବୋର୍ଡ) ପକ୍ଷରୁ ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା(ଦ୍ବିତୀୟ) ଆଜି ଠାରୁ ଆରମ୍ଭ ହେଉଛି। ଏହି ପରୀକ୍ଷା ଜୁଲାଇ ୧୦ତାରିଖରେ ଶେଷ ହେବ । ସପ୍ଲିମେଣ୍ଟାରି ପରୀକ୍ଷା ରାଜ୍ୟର ମୋଟ ୯୮
ଆଜିଠୁ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା


ଭୁବନେଶ୍ୱର, 30 ଜୁନ (ହି.ସ.) ମାଧ୍ୟମିକ ପରିଷଦ(ବୋର୍ଡ) ପକ୍ଷରୁ ପରିଚାଳିତ ଚଳିତ

ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା(ଦ୍ବିତୀୟ) ଆଜି ଠାରୁ ଆରମ୍ଭ ହେଉଛି। ଏହି ପରୀକ୍ଷା ଜୁଲାଇ ୧୦ତାରିଖରେ

ଶେଷ ହେବ । ସପ୍ଲିମେଣ୍ଟାରି ପରୀକ୍ଷା ରାଜ୍ୟର

ମୋଟ ୯୮ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେଉଥିବା ବେଳେ ଏଥି ପାଇଁ ୩୨୩୨ ଜଣ ଛାତ୍ରଛାତ୍ରୀ

ଫର୍ମପୂରଣ କରିଛନ୍ତି। ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା

କରାଯାଇଛି। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଓ ପରୀକ୍ଷା ଦେଇପାରି ନ

ଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande