ବଲାଙ୍ଗୀର ଜିଲ୍ଲା ବ୍ରାହ୍ମଣ ମହାସଭା ସ୍ମରଣିକା କମିଟି ଗଠିତ
ବଲାଙ୍ଗୀର, ୨୯ ଜୁନ୍‌(ହି.ସ.) – ଆଜି ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ଥିବା ବ୍ରାହ୍ମଣ ମହାସଭାର କାର୍ଯ୍ୟାଳୟ ଠାରେ ବଲାଙ୍ଗୀର ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଆବାହକତ୍ୱ ଏକ ସଭା ହୋଇଯାଇଛି। ଏଥିରେ ବ୍ରାହ୍
ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ସ୍ମରଣିକା କମିଟି ଗଠିତ


ବଲାଙ୍ଗୀର, ୨୯ ଜୁନ୍‌(ହି.ସ.) – ଆଜି ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ଥିବା ବ୍ରାହ୍ମଣ ମହାସଭାର କାର୍ଯ୍ୟାଳୟ ଠାରେ ବଲାଙ୍ଗୀର ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଆବାହକତ୍ୱ ଏକ ସଭା ହୋଇଯାଇଛି। ଏଥିରେ ବ୍ରାହ୍ମଣ ସମାଜର ବିଭିନ୍ନ ଦିଗ ଉପରେ ଆଲୋଚନା ତଥା ବିଚାର ହୋଇଥିଲା। ସର୍ବୋପରି ଏକ ସ୍ମରଣିକା ପ୍ରକାଶ ପାଇଁ ସ୍ଥିର ହୋଇଥିଲା। ଏଥିରେ ବ୍ରାହ୍ମଣ ସମାଜର ବିଭିନ୍ନ ଲେଖା ଓ ଫଟୋ ପ୍ରକାଶ ହେବା ସଙ୍ଗେ ସଙ୍ଗେ ଆଗାମୀ ପିଢି ପାଇଁ ଏକ ଦୃଷ୍ଟାନ୍ତ ହୋଇ ରହିବ। ଏହି ସଭାରେ ସଭାପତି ଶ୍ରୀ ପୁରୋହିତଙ୍କ ଅନୁମୋଦନ କ୍ରମେ ଏକ ସ୍ମରଣିକା କମିଟି ଗଠନ କରାଗଲା। ଏଥିରେ ବିଭିନ୍ନ ସବ କମିଟି ମିଶି ସ୍ମରଣିକା ପ୍ରକାଶ ପାଇଁ କାମ କରିବେ। ସ୍ମରଣିକା କମିଟିରେ ଅଧ୍ୟକ୍ଷ ଭାବେ ପ୍ରଭାକର ମିଶ୍ରଙ୍କୁ ଦାୟିତ୍ୱ ଦିଆ ଗଲା। ବାଳକୃଷ୍ଣ ଷଡଙ୍ଗିଙ୍କୁ କମିଟିର ଆବାହକ ଭାବେ ମନୋନିତ କରାଗଲା। ସେହି ପରି ବିଜ୍ଞାପନ କମିଟିରେ ବାଳକୃଷ୍ଣ ଷଡଙ୍ଗି, ଗୌର ଚରଣ ପୁରୋହିତ, ନରେନ୍ଦ୍ର ଆଚାର୍ଯ୍ୟ, ସଂକିର୍ତନ ତ୍ରିପାଠୀ, ପ୍ରଭୁଦତ ଶତପଥି, ସର୍ଜନ ଆଚାର୍ଯ୍ୟ ଓ ରାଜେଶ ପଣ୍ଡା, ପ୍ରବନ୍ଧ ଓ ଲେଖା ସଂଗ୍ରହ କମିଟିରେ ପ୍ରଭୁଦତ ଶତପଥି, ଶିବ ଶଙ୍କର ଖୁଆସ, ଲକ୍ଷ୍ମୀପ୍ରସାଦ ଚାନ୍ଦ, କସ୍ତୁରୀ ରଥ, ରଞ୍ଜିତା ପାଣିଗ୍ରାହୀ, ଶିବ ନାରାୟଣ ରଥ, ପୁରୋଷତମ ପଣ୍ଡା ଓ ଜଗନ୍ନାଥ ଷଡ଼ଙ୍ଗୀ, ସମ୍ପାଦନା ଓ ମୁଦ୍ରଣ କମିଟିରେ ପର୍ଶୁରାମ ନାୟକ, ସଂକିର୍ତନ ତ୍ରପାଠୀ, କିଶୋର ପୁରୋହିତ, ଶ୍ୟାମ ସୁନ୍ଦର ଦାଶ ଓ ପ୍ରଭୁଦତ ଶତପଥି, ସଂଶୋଧନ କମିଟିରେ ଶ୍ୟାମ ସୁନ୍ଦର ଦାଶ, କିଶୋର ପୁରୋହିତ, ଶୁଭେନ୍ଦୁ ନେପାକ, ଲକ୍ଷ୍ମୀ ପ୍ରସାଦ ଚାନ୍ଦ, ପ୍ରଭାକର ମିଶ୍ର ଓ ଶ୍ରୀବାଳକୃଷ୍ଣ ଷଡଙ୍ଗି, ଉପଦେଷ୍ଟା କମିଟି ରେ ନିଳମଣି ମିଶ୍ର, ସତ୍ୟବନ୍ତ ବେଦବାକ୍‌, ପଣ୍ଡିତ ଗିରିଧାରି ଶତପଥି, ଗୋପବନ୍ଧୁ ପୁରୋହିତ, ଜୟରାମ ମିଶ୍ର ଓ ପର୍ଶୁରାମ ନାଏକ ଓ ସେହିପରି ନିମନ୍ତ୍ରଣ ଓ ଅଭ୍ୟର୍ଥନା କମିଟିରେ ପ୍ରଭାକର ମିଶ୍ର, ଗୋପବନ୍ଧୁ ପୁରୋହିତ, ନରେନ୍ଦ୍ର ଆଚାର୍ଯ୍ୟ, କସ୍ତୁରୀ ରଥ ଓ ରଞ୍ଜିତା ପାଣିଗ୍ରାହୀ ଙ୍କୁ ଦାୟିତ୍ୱ ଦିଆଗଲା। ଶେଷରେ ଶ୍ୟାମ ସୁନ୍ଦର ଦାଶ ଧନ୍ୟବାଦ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande