କୋରେଇ, ୨୯ ଜୁନ୍ (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଷଠିପୁର ପାଣିକୋଇଲି ରାସ୍ତା ମଝିରେ ଏକ ବାଇକ ପଛରୁ କାର ଧକ୍କା ଦେବାରୁ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ପ୍ରକାଶ ଯେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଡାହାଲା ଗ୍ରାମର ବିକଳ ରାଉତ (୫୦) ସଠିପୁର ପଟୁ ପାଣିକୋଇଲି ଆସୁଥିବା ବେଳେ ଜାତୀୟ ରାଜପଥ ଉପରେ ଏକ କାର ବାଇକ ପଛରୁ ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହୀ ରାସ୍ତା କଡ ଡିଭାଇଡର ଓ ଲୁହା ବାଡାରେ ପିଟି ହୋଇ ଗୁରୁତର ଆହତ ହୋଇଥିଲା । ଘଟଣାସ୍ଥଳରେ ଆମେ ଆପଣଙ୍କ ପାଇଁ ହେଲପିଂଗ ଗୃପ ଓ ରାଜପଥ ପେଟ୍ରୋଲିଂଗ ଗାଡି ପହଂଚିଥିଲା । ରାଜପଥ ପେଟ୍ରୋଲିଂଗ ଅଧିକାରୀ ଅଶୋକ ବଳ ତାକୁ ଉଦ୍ଧାର କରି ଗାଡିରେ ଆଣି ପାଣିକୋଇଲିସ୍ଥିତ ଏକ ଘରୋଇ ଚିକତ୍ସାଳୟରେ ଭର୍ତି କରିଥିଲେ । ଦୁର୍ଘଟଣା ଘଟାଇ କାରଟି ଫେରାର ହୋଇଯାଇଥିବା ସୂଚନା ମଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ