ଜୟପୁର, ୨୯ ଜୁନ୍ (ହି.ସ.) - ଜୟପୁର ଠାରେ କଂଗ୍ରେସର ସମ୍ବିଧାନ ବଂଚାଅ ସମାବେଶ ଅନୁଷ୍ଟିତ ହୋଇଛି। ଜିଲା କଂଗ୍ରେସ ତରଫରୁ କାଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜୟପୁର ବିଧାୟକ ତଥା ରାଜ୍ୟ ଉପସଭାପତି ତାରା ପ୍ରସାଦ ବାହୀନିପତିଙ୍କ ଆହ୍ୱାନରେ ଅନୁଷ୍ଟିତ କାଯ୍ୟକ୍ରମ ରେ ଜିଲା କଂଗ୍ରେସ ସଭାପତି ଶଶି ଭୁଷଣ ପାତ୍ର ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, କଂଗ୍ରେସ ପ୍ରଭାରି ଅଜୟ କୁମାର ଲାଲୁ, କୋରାପୁଟ ସାସଂଦ ସପ୍ତଗିରି ଶଙ୍କର ଉଲ୍ଲକା, ବିଧାୟକ ଦଳର ନେତା ରାମ ଚନ୍ଦ୍ର କାଡାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, ରାୟଗଡା ବିଧାୟକ ଆପଲ ସ୍ୱାମୀ କାଡ୍ରାକା, ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ପୁବତନ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷି ବାହିନିପତି, ନବରଙ୍ଗପୁର ଜିଲା ସଭାପତି ଭୁଜ ବଳ ମାଝୀ, ମାଲକାନଗିରି ଜିଲା ସଭାପତି ଗୋବିନ୍ଦ ପାତ୍ର, ଜୟପୁର ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଉପସ୍ଥିତ ଥିଲେ । ପ୍ରଥମେ ପିସିସି ସଭାପତି ଓ ପ୍ରବାରିଙ୍କୁ ଆମ୍ବାଗୁଡା ଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ରେ ସ୍ୱାଗତ କରି ଆଣାଯାଇ ସହର ପରିକ୍ରମା କରାଯାଇଥିଲା । ଜିଲା କଂଗ୍ରେସ କମିଟି କାର୍ଯ୍ୟାଳରେ ପହଂଚି ମାଲ୍ୟାର୍ପଣ କରିଥିଲେ । ସେଠାରୁ ବାହାରି ଆମ୍ବେଦକର ଛକରେ ଆମ୍ବେଦଙ୍କରଙ୍କ ପ୍ରତିମୂର୍ତିରେ ମାଲ୍ୟର୍ପଣ କରିଥିଲେ । ଜୟପୁର ଦଶହରା ପଡିଆରେ ବିଶାଳ ସମାବେଶ ଅନୁଷ୍ଟିତ ହୋଇଥିଲା । ବାଇକ ଶୋଭାଯାତ୍ରା ୫ ହଜାରରୁ ଉର୍ଦ୍ଧ ବାଇକ ସାମିଲ ହୋଇଥିବା ବେଳେ ୧୫ ହଜାରରୁ ଉଦ୍ଧ ସମାଗମ ହୋଇଥିଲାଏଠାରେ ପିସିସି ସଭାପତି ଭକ୍ତ ଚରଣ ଦାସ ଉପସ୍ଥିତ ରହି ରାଜ୍ୟ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୁହଁନ୍ତି ଆଦାନି ହେଉଛନ୍ତି ମୁଖ୍ୟମନ୍ତ୍ରୀ । ନହେଲେ ପୁରି ରଥ ଯାତ୍ରାରେ ଜଗନ୍ନାଥ ଙ୍କ ରଥ ଟଣାଗଲା ନାହିଁ । କାରଣ ଆଦାନି ଆସିବାର ଥିଲା ବୋଲି ରଥ ଟଣା କୁ ବନ୍ଦ କରାଯାଇଥିଲା । ପ୍ରଥମ ବର୍ଷ ଭଳଭଦ୍ରଙ୍କୁ ପକାଇଥିବା ବେଳେ ଚଳିତ ବର୍ଷ ଜଗନ୍ନାଥ ଙ୍କ ରଥ ଟାଣିଲେ ନାହିଁ । ବିଳମ୍ବିତ ରାତିରେ ରଥ ଟାଣି ଦଳା ଚୋକଟା ହୋଇ ୩ ଜଣ ଶ୍ରଦ୍ଧାଳୁ ମୃତ୍ୟୁ ବରଣ କରିଥିଲେ । ଏଠାରେ ବିରୋଧି ଦଳ ନେତା ନବିନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଥିବା ବେଳେ ପିସିସି ସଭାପତି ଉଦବେଗ ପ୍ରାକାଶ କରିଛନ୍ତି । ଏଠାରେ ବିଜେପି ସରକାର ହେବା ପାଇଁ ନବିନ ପଟ୍ଟନାୟକ ସହଯୋଗ କରିଥିଲେ । ବେକାରି ଏଠାରେ ଚାକିରି ପାଇପାରୁ ନାହିଁ । ଜମି ଓ ଓ ପେଟକୁ ପାଣି ଦେଇପାରୁ ନଥିବା ସରକାର, ନିର୍ବାଚନ ଇସ୍ଥାହାରରେ ପ୍ରତିଶ୍ରୃିତି ଦେଇଥିବା କିଛି ପୁରଣ ନକରି ୧ ବର୍ଷ ପୁର୍ତି ପାଳନ କରୁଛି । ତାହା ଠାରୁ ଲଜ୍ୟା କଣ ବୋଲି ପ୍ରଶ୍ନ କରିଛନ୍ତି ସଭାପତି । ଦିନକୁ ଦିନ ନାରି ନିର୍ଯ୍ୟାତନା ବଡୁଥିବାରୁ ରାଜ୍ୟ ସରକାର ନିରିବ । ଯେଉଁ ରାଜ୍ୟରେ ନାରି ଅସୁରିକ୍ଷିତ ସେ ରାଜ୍ୟରେ ବିକାଶ ଅସମ୍ଭବ । ରାଜ୍ୟରେ ଶିକ୍ଷକ ନାହିଁନ୍ତି , ଡାକ୍ତର ନାହଁନ୍ତି । ଆଉଟସର୍ସେିଂରେ ଚାଲିଛି । ସେ ମାନଙ୍କୁ ମଧ୍ୟ ଥଇଥାନ କରାଯାଉ ନାହିଁ । ସୁଭଦ୍ରା ଯୋଜନା, ଆୟୁଷ୍ମାନ ଯୋଜନା ରେ ରାଜ୍ୟ ବାସୀଙ୍କୁ ପ୍ରତରଣା କରୁଛନ୍ତି । ରାଜ୍ୟ ଖଣି ଖାଦନକୁ ଆଦାନି ହାତରେ ଟେକି ଦେଇଛନ୍ତି ସରକାର । ସମ୍ବିଧାନ ବିପଦରେ ରହିଛି ଏକଜୁଟ ହୋଇ ସମ୍ବାଧାନକୁ ବଂଚାଇବାକୁ ଆହ୍ୱାନ ଦେଇଥିଲେ । ଏନେଇ ବିଧାନସଭାରେ ନାରି ଅସୁରକ୍ଷିତ ବୋଲି ଦାବି କରିବା ପରେ ଡବଲ ଇଞ୍ଜିନର ସରକାର ଡବଲ ଧୋକା ଦେଲେ । ଏନେଇ ସରକାର କୈଣସି କମିଟି ନକରି ନାରି ସୁରକ୍ଷିତ ଅଛନ୍ତି ବୋଲି ପ୍ରତିକ୍ରିୟା ଦେଇଥିଲେ । ବର୍ତମାନ ଆମେରିକାର ରାଷ୍ଟ୍ରପାତି ଓଡିଶାରେ ନାରି ଅସୁରିକ୍ଷିତ ବୋଲି ବିବୃତି ଦେବା ସହ ନୋଟିସ ଜାରି କରି ଓଡିଶା ଯିବାକୁ ମନା କରିଥିଲେ । ଏହା ଠାରୁ ଲଜ୍ୟା ଜନକ କଥା କିଛି ନାହିଁ ି । ଏଠାରେ ପ୍ରଭାରି ଅଜୟ ଉପସ୍ଥିତ ରହି କଂଗ୍ରେସ ସରକାର କୁ ଆସିଲେ ମିନି ସୁଇଜରଲାଣ୍ଡ କରିବ ବୋଲି ପ୍ରତିଶୃତି ଦେଇଥିଲେ । ବିଧାୟକ ବାହିନିପତି ବିଜେଡି ଓ ବିଜେପି ଗୋଟିଏ ଦଳ ବୋଲି କହିବା ସହ ରାଜ୍ୟ ରେ ବିଜେପି ସରକାର ଦୁର୍ନିତି ଚଲିଥିବା କହିଥିଲେ । ଏହି ସମାବେଶରେ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ସହ ୧୪ଟି ବ୍ଲକ ସଭାପତି, କାଉନସିଲର, ଜିଲା ପରିଷଦ ସଭ୍ୟା, ସରପଂଚ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି