କେନ୍ଦୁଝର, 29 ଜୁନ୍ (ହି.ସ.)
କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉ ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି। ଆଜି ଆଡ଼ପ ମଣ୍ଡପରେ ପ୍ରଥମ ଦର୍ଶନ ଦେଇଛନ୍ତି। ଆଜି କୃଷ୍ଣ ବଳରାମ ବେଶରେ ଦର୍ଶନ ଦେଉଛନ୍ତି ବଳଦେବଜୀଉ। ବର୍ଷା ସ୍ଵତେ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ ପାଇଁ ପୁରୁଣା ସହର ସ୍ଥିତ ମାଉସୀ ମା ମନ୍ଦିରରେ ଦର୍ଶକଙ୍କ ଭିଡ ପରିଲକ୍ଷିତ ହେଉଛି।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA