ପଶ୍ଚିମ ଓଡିଶା ଯାତ୍ରା କମିଟି ସୁରକ୍ଷା ମଂଚର ପ୍ରଥମ କାର୍ଯ୍ୟକାରିଣୀ ବୈଠକ
ସମ୍ବଲପୁର, ୨୯ ଜୁନ୍ (ହି.ସ.) - ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କୁନ୍ତରା ପଂଚାୟତ ଆଠଗାଁ ରେ ପଶ୍ଚିମ ଓଡିଶା ଯାତ୍ରା ପଂଚ ପକ୍ଷରୁ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ସଭାପତି ରଘୁନାଥ ମହାନ୍ତିଙ୍କ ସଭାପତିତ୍ୱ ରେ ଆୟୋଜିତ ହୋଇଥିଲା । ଏହି ବୈଠକ ରେ ପ୍ରମୋଦ କୁମାର ମିଶ୍ର ସଭାପରିଚାଳନା କରିଥିବା
ପଶ୍ଚିମ ଓଡିଶା ଯାତ୍ରା କମିଟି ସୁରକ୍ଷା ମଞ୍ଚର ପ୍ରଥମ କାର୍ଯ୍ୟକାରିଣୀ ବୈଠକ


ସମ୍ବଲପୁର, ୨୯ ଜୁନ୍ (ହି.ସ.) - ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କୁନ୍ତରା ପଂଚାୟତ ଆଠଗାଁ ରେ ପଶ୍ଚିମ ଓଡିଶା ଯାତ୍ରା ପଂଚ ପକ୍ଷରୁ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ସଭାପତି ରଘୁନାଥ ମହାନ୍ତିଙ୍କ ସଭାପତିତ୍ୱ ରେ ଆୟୋଜିତ ହୋଇଥିଲା । ଏହି ବୈଠକ ରେ ପ୍ରମୋଦ କୁମାର ମିଶ୍ର ସଭାପରିଚାଳନା କରିଥିବା ବେଳେ ଓଡିଶା ଯାତ୍ରା ସୁରକ୍ଷା ମଂଚ ରାଜ୍ୟ କମିଟି ର ଉପସଭାପତି ନୁରସିଂହ ସୁନ୍ଦରରାୟ କୋଷାଧକ୍ଷ କୃଷ୍ଣଚନ୍ଦ୍ର ଜେନା, ସମ୍ପାଦକ ବୈକୁଣ୍ଠନାଥ ପାକଳ, ଉପସମ୍ପାଦକ ପ୍ରମୋଦ କୁମାର ମିଶ୍ର ରାଜ୍ୟ କମିଟି ସଦଶ୍ୟ ବାନାମ୍ବର ହାଟୁଆ, କମିଟି ସଦଶ୍ୟ ସରୋଜ ସ୍ୱାଇଁ ରଞ୍ଜିତ କୁମାର ବେହେରା ପ୍ରମୁଖ ଯୋଗଦେଇ ନୂତନ କମିଟି ଗଠନ କରିବା ସହ କିପରି ପଶ୍ଚିମ ଓଡ଼ିଶାରେ ଯାତ୍ରା ଭଲଭାବେ ଆୟୋଜନ କରିବେ ଏବଂ ଆୟୋଜିତ ଯାତ୍ରା କମିଟି କେମିତି କ୍ଷତି ନ ସହିବ ତା ସହ ଯାତ୍ରା ମାଲିକ ବେଳେ ବେଳେ ଠିକ ବ୍ୟବହାର କରୁଥିବାବେଳେ କିଛି ମ୍ୟନେଜର ଙ୍କ ବ୍ୟବହାର ଯାତ୍ରା କମିଟି କୁ ସ୍ୱାହାଉ ନ ଥିବା ଅଭିଯୋଗ କରୁଛନ୍ତି । ପଶ୍ଚିମ ଓଡ଼ିଶାର ଯାତ୍ରା ସୁରକ୍ଷା ମଂଚ ଏପଟେ ଯାତ୍ରା ରେ ଅଶ୍ଳିଳ ନାଚ ଏବଂ ସଠିକ ସମୟରେ ଯାତ୍ରା ଆରମ୍ଭ କରିବା କୁ ଏବଂ ବିଶେଷ କରି ଯାତ୍ରା ଟିକଟ ଅଧିକ ଦାମ ରେ ବିକ୍ରି କରିବା କୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କ୍ଷ ଯାହା ଫଳରେ ଅଞ୍ଚଳବାସୀ ଗରିବ ଶ୍ରେଣୀର ଥିବାବେଳେ ଯାତ୍ରା ପ୍ରେକ୍ଷାଳୟ ରେ ପହଂଚି ପାରୁନାହାନ୍ତି ଯାତ୍ରା ପ୍ରେମୀ ସେଇଥି ପାଇଁ ଯାତ୍ରା କମିଟି କ୍ଷତି ରେ ପଡୁଛି ବୋଲି ପ୍ରକାଶ କରିଛି । ଓଡିଶା ଯାତ୍ରା ସୁରକ୍ଷା ମଂଚ ବିଭିନ୍ନ ଆଲୋଚନା ପରେ ପଶ୍ଚିମ ଓଡିଶା ଯାତ୍ରା ସୁରକ୍ଷାମଂଚ ନୂତନ ଭାବେ କମିଟି ଗଠନ କରାଗଲା । ସଭାପତି ଭାବେ ସନ୍ତୋଷ କୁମାର ପ୍ରଧାନ, ବଣାଇ ଗଡ଼ ସୁନ୍ଦରଗଡ଼, ଉପସଭାପତି ଭାବେ ହରିବନ୍ଧୁ ପ୍ରଧାନ ସୋନପୁର, ସମ୍ପାଦକ ମାନସରଞ୍ଜନ ମହାକୁଳ କୁସୁମୀ ସମ୍ବଲପୁର, କେସିୟର ଉପେନ୍ଦ୍ର ପଟେଲ ସହ କେସିୟର ସତ୍ୟାନନ୍ଦ ସାହୁ, କାର୍ଯ୍ୟକ୍ରମର ଶେଷରେ ମାନସ ରଞ୍ଜନ ମହାକୁଳ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମ ସହଯୋଗରେ ଆଠଗାଁ ସ୍ଥାନୀୟ ଯାତ୍ରା କମିଟିର ବିଜୟୀ କୁମାର ପଟେଲ, ନୀଳାନ୍ଦ୍ର ନାଏକ, ପ୍ରତାପ ନାଏକ,ଅମୃତ ପଟେଲ, ମାନସ ରଞ୍ଜନ ମହାକୁଳ,ଲଖ୍ମଣ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande