Boudh, 29 ଜୁନ୍ (ହି.ସ.) ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗ ର ବିକଳ ଅବସ୍ଥା ଆଉ ଠାରେ ଦେଖିବାକୁ ମିଳିଛି l ପ୍ରଶାସନିକ ଅବହେଳା ଯୋଗୁଁ ଅନ୍ୟ ରୋଗୀଙ୍କ ସହ ବିଶେଷ କରି ଶିଶୁ ଏବଂ ଗର୍ଭବତୀ ମହିଳା ଦୁର୍ଦଶା ଭୋଗୁଛନ୍ତି l ଜିଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ଦୀର୍ଘ ଦିନ ହେଲା ନିର୍ମିତ ହୋଇ ଥିଲେ ମଧ୍ୟ କେବେ ଉଦଘାଟନ ହେବ କେହି କହିପାରୁନାହାନ୍ତି l କେବେ ହେବ ଉଦଘାଟନ ଆଉ କେବେ ଲୋକେ ପାଇବେ ଭଲ ସୁବିଧା ତାହା ଦେଖିବାକୁ ବାକି ରହିଲା l ଏବେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାଧାରଣ ବର୍ଷାରେ ଢେଉ ମାରୁଛି ବର୍ଷା ପାଣି l ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିବା ଫଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବର୍ଷା ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଗେଟ ନିକଟରେ ଥିବା ଶିଶୁ ଏବଂ ଗର୍ଭବତୀ ମହିଳାମାନଙ୍କୁ ଟିକା ଦିଆଯାଉଥିବା କେନ୍ଦ୍ରରେ ଢେଉ ମାରୁଛି ବର୍ଷା ପାଣି । ଫଳରେ ଟିକାଦାନ କେନ୍ଦ୍ରକୁ ଆସୁଥିବା ମହିଳା ଓ ଶିଶୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଟିକାଦାନ ରେ ଥିବା କର୍ମଚାରୀମାନେ ପାଣି ଉପରେ ଠିଆ ହୋଇ ଟିକା ଦେଉ ଥିବାର ଜଣାପଡିଛି । ଯାହାଫଳରେ ରୋଗୀ ଓ ତାଙ୍କ ସଂପର୍କିୟଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଲୁଛି । ଟିକାଦାନ କେନ୍ଦ୍ରଟି ତଳିଆ ଅଂଚଳରେ ରହିଥିବାରୁ ବର୍ଷା ପାଣି ସହଜରେ ଟିକାଦାନ କେନ୍ଦ୍ରକୁ ପ୍ରବେଶ କରୁଛି ଏବଂ ବର୍ଜ୍ୟବନ୍ତୁ ପକାଇବା ପାଇଁ କେନ୍ଦ୍ର ଭିତରେ ଥିବା ପ୍ଲାଷ୍ଟିକ ବାଲଟି ଭାସୁଛି । ବର୍ଷାକୁ ଆଖି ଆଗରେ ରଖି ବିଭାଗ ପକ୍ଷରୁ ଆଗୁଆ କିଛି ବ୍ୟବସ୍ଥା କରାଯାଇନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବାର ରୋଗୀ ଓ ତାଙ୍କର ସଂପର୍କିୟ ମାନେ ଅଭିଯୋଗ କରିଛନ୍ତି । ଜିଲ୍ଲା ସଦର ମହକୁମାରେ ମୁସଳ ଧାରାରେ ବର୍ଷା ଆରମ୍ଭ ହୋଇଥିଲା । ଏହା ଦିନ ତମାମ ଝିପି ଝିପି ଲାଗି ରହିଥିବା ବେଳେ ମଝିରେ ମଝିରେ ପ୍ରବଳ ବର୍ଷା ହୋଇଥିଲା । ଯାହାଫଳରେ ବର୍ଷା ପାଣି ଜମି ତଳିଆ ସ୍ଥାନକୁ ଚାଲି ଯାଉଛି । ଯାହାର ଫଳ ସୁରୁପ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଟିକାଦାନ କେନ୍ଦ୍ର । ଆଗକୁ ଏପରି ବର୍ଷା ଲାଗି ରହିବାର ସମ୍ଭାବନା ରହିଥିବା ବେଳେ ଏବେଠାରୁ ଏହାର ସ୍ଥାୟୀ ସମାଧାନ କରିବାକୁ ବୁଦ୍ଧିଜିବୀ ମହଳରେ ମତ ପ୍ରକାଶ ପାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମ୍ମତ କୁମାର ଅଗ୍ରୱାଲା