ସାଲେଭଟା -କୁଟାସିଂହା ରାସ୍ତା ନିର୍ମାଣ କୁ ମାସେ ପୂରିନଥିବାବେଳେ ଦବି ଯାଉଥିବା ଅଭିଯୋଗ।
ବଲାଙ୍ଗିର, 29 ଜୁନ୍ (ହି.ସ.) ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା ) ବ୍ଲକ ସାଲେଭଟା -କୁଟାସିଂହା ରାସ୍ତା ର ପୁଣି କେତେକ ସ୍ଥାନରେ ଦବିଯାଇ ଫାଟ ସୃଷ୍ଟି ହୋଇଛି | ରାସ୍ତା ନିର୍ମାଣ କୁ ମାସେ ପୂରିନଥିବାବେଳେ ଦବି ଯାଉଥିବାରୁ ଠିକା ସଂସ୍ଥା ନିହାତି ନିମ୍ନମାନର କାମ କରିଥିବା ଅଂଚଳବାସୀ ଅଭିଯୋଗ କରିଛ
ସାଲେଭଟା -କୁଟାସିଂହା ରାସ୍ତା ନିର୍ମାଣ କୁ ମାସେ ପୂରିନଥିବାବେଳେ ଦବି ଯାଉଥିବା ଅଭିଯୋଗ।


ବଲାଙ୍ଗିର, 29 ଜୁନ୍ (ହି.ସ.)

ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା ) ବ୍ଲକ ସାଲେଭଟା -କୁଟାସିଂହା ରାସ୍ତା ର ପୁଣି କେତେକ ସ୍ଥାନରେ ଦବିଯାଇ ଫାଟ ସୃଷ୍ଟି ହୋଇଛି | ରାସ୍ତା ନିର୍ମାଣ କୁ ମାସେ ପୂରିନଥିବାବେଳେ ଦବି ଯାଉଥିବାରୁ ଠିକା ସଂସ୍ଥା ନିହାତି ନିମ୍ନମାନର କାମ କରିଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି | ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀ ଙ୍କ ମନାମାନୀ ଯୋଗୁଁ ଏଭଳି କାମ ହେଇଛିବୋଲି ବୁଦ୍ଧିଯିବି ମହଲରେ ଚର୍ଚ୍ଚା ହେଉଛି | ନିଜ ଦୋଷ ଲୁଚେଇବାକୁଯାଇ ଦବିଥିବା ସ୍ଥାନରେ ଠିକା କର୍ମଚାରୀ ପଥରଗୁଣ୍ଡ ମିଶା ମେଟାଲ ପକାଇ ପ୍ୟାଚ କାମ କରୁଥିବା ଦେଖା ଯାଇଛି | ଗାଇଡଲାଇନ ଅନୁସାରେ ରାସ୍ତା କାମ ହୋଇନଥିବାରୁ ୩୦ କୋଟି ର ମାସେ ନ ପୂରୁଣୁ ଦବି ଯାଉଥିବାରୁ ଅଂଚଳବାସୀଙ୍କ ମଧ୍ୟ୍ୟରେ ଅସନ୍ତୋଷ ପ୍ରକଶ ପାଇଛି | ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବିକରିଛନ୍ତି |

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande