ଭଦ୍ରକ, ୨୯ ଜୁନ୍ (ହି.ସ.) - ଭଦ୍ରକ ଜିଲା ବନ୍ତ ବ୍ଲକ ରାମକୃଷ୍ଣପୁର ସେବା ସମବାୟ ସମିତିର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ଭକ୍ତିପଦ ସାମଲଙ୍କ ଚଳିତମାସ ୧୩ ତାରିଖରେ ଦେହାନ୍ତ ହୋଇଥିଲା । ତାଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲି ପଡିଥିବା ବେଳେ ସମିତି ଯାବତୀୟ କାର୍ଯ୍ୟ କରିବା ନେଇ ବାଧା ଉପୁଜିଥିଲା । ଆଜି ଉପ-ସଭାପତି ସ୍ୱପ୍ନାପ୍ରିୟା ମହାନ୍ତି ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରାରମ୍ଭରେ ଶ୍ରୀ ସାମଲଙ୍କ ବିୟୋଗରେ ଶୋକ ବ୍ୟକ୍ତ କରାଯାଇଥିଲା । ପରେ ବିଶିଷ୍ଟ ସାହିତ୍ୟିକ ତଥା ସମବାୟବିତ୍ ସତ୍ୟପ୍ରକାଶ ସେଠୀ ଦିବଙ୍ଗତ ସାମଲଙ୍କ ସୁଗୁଣାବଳୀ ଉପରେ ମତ ରଖିଥିଲେ ଏବଂ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀମତି ମହାନ୍ତି ଆଗାମୀ ଦିନରେ ସମିତିକୁ ଆଗେଇ ନେବା ନେଇ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ରାମକୃଷ୍ଣପୁର ସରପଚଂ ହିରେନ୍ଦ୍ର ଖିଲାର, ରାମ୍ପୁର ସରପଚଂ ଗିରିଧାରୀ ସାହୁ, ସମବାୟବିତ୍ ଲକ୍ଷ୍ମୀକାନ୍ତ ମହାନ୍ତି,ରମାକାନ୍ତ ମଲ୍ଲିକ୍,ମହେଶ୍ୱର ସେଠୀ,ସଞ୍ଜୟ ରାଉଳ, ଧିରେନ୍ଦ୍ର, ଅନିଲ୍, ବୁଦ୍ଧିଆ,ରମେଶ ପ୍ରମୁଖ ଉପସ୍ଥିତ ରହି ସମିତିର ଉନ୍ନତି ନେଇ ବକ୍ତବ୍ୟ ରଖିଥିଲେ । ସମାଜସେବୀ ରମାକାନ୍ତ ଜେନା ବୈଠକକୁ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ସମିତି ନିର୍ଦ୍ଦେଶକ, ବୋର୍ଡ ସଭ୍ୟ-ସଭ୍ୟା, ଅଗ୍ରଣୀ ଚାଷୀ ମାନେ ଯୋଗ ଦେଇଥିଲେ । ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ