୧୧ କେଭି ବିଦ୍ୟୁତ ଖୁଂଟକୁ ପିଟି ରାସ୍ତା ତଳକୁ ଓଲଟିଲା କାର : ୩ ଆହତ
କୋରେଇ, ୨୯ ଜୁନ୍ (ହି.ସ.)- ଏକ କାର ଭାରସାମ୍ୟ ହରାଇ ୧୧ କେଭି ବିଦ୍ୟୁତ ଖଂଟକୁ ପିଟିବାରୁ ଖୁଂଟ ଭାଂଗିବା ସହ କାରଟି ରାସ୍ତା ତଳ ପାଣିଖାଲକୁ ଓଲଟି ପଡିବାରୁ ତିନି ଯାତ୍ରୀ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଫଳରେ ପାଣିକୋଇଲି ଅଂଚଳରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି । ପ୍ରକାଶଯେ, ପାଣିକୋଇଲି ପଂଚାୟତ
୧୧ କେଭି ବିଦ୍ୟୁତ ଖୁଂଟକୁ ପିଟି ରାସ୍ତା ତଳକୁ ଓଲଟିଲା କାର : ୩ ଆହତ


କୋରେଇ, ୨୯ ଜୁନ୍ (ହି.ସ.)- ଏକ କାର ଭାରସାମ୍ୟ ହରାଇ ୧୧ କେଭି ବିଦ୍ୟୁତ ଖଂଟକୁ ପିଟିବାରୁ ଖୁଂଟ ଭାଂଗିବା ସହ କାରଟି ରାସ୍ତା ତଳ ପାଣିଖାଲକୁ ଓଲଟି ପଡିବାରୁ ତିନି ଯାତ୍ରୀ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଫଳରେ ପାଣିକୋଇଲି ଅଂଚଳରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି । ପ୍ରକାଶଯେ, ପାଣିକୋଇଲି ପଂଚାୟତ ଅନ୍ତର୍ଗତ ମଣିପୁର ଗ୍ରାମର ଏକ କାର ନମ୍ବର ( ଓଡି୧୬ଇ ୭୦୦୮)୧୬ ନମ୍ବର ଜାତୀୟ ରାଜପଥରୁ ବଣିଆ ଗଡିଆ ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ୧୧ କେଭି ବିଦ୍ୟୁତ ଖୁଂଟକୁ ପିଟିଥିଲା । ଫଳରେ ବିଦ୍ୟୁତ ଖୁଂଟ ଭାଂଗିଯିବା ସହ ତାର ଛିଡିଯାଇଥିଲା । ଯାହା ଫଳରେ କଂରେଂଟ ଚାଲିଯାଇଥିଲା । ବିଦ୍ୟୁତ ଖୁଂଟକୁ ପିଟିବା ପରେ କାରଟି ରାସ୍ତା ତଳକୁ ଓଲଟି ପଡି ପାଣି ଖାଲରେ ପଡିଥିଲା । କାରର ଚାଳକ ମଣିପୁର ଗ୍ରାମର ବେଣୁଧର ମଳିକ(୩୨) ଓ ସହଯାତ୍ରୀ ଅଜୟ କୁମାର ବେହେରାଙ୍କ ସହିତ କୁଆଖିଆ ଥାନା ଅନ୍ତର୍ଗତ କରଜଂଗା ଗ୍ରାମର ବାଦଲ ମଳିକ ଆହତ ହୋଇଥିଲେ । ସ୍ଥାନୀୟ ଳୋକମାନେ ପହଂଚି ସେମାନଙ୍କୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ରାଜପଥ ପେଟ୍ରୋଲିଙ୍ଗ ଗାଡି ପହଂଚି ଗୁରୁତର ଆହତ ଅଜୟ କୁମାର ବେହେରାଙ୍କୁ ଯାଜପୁର ମୁଖ୍ୟ ଚିକତ୍ସାଳୟକୁ ପଠାଇବା ସହ ଅନ୍ୟ ଆହତଙ୍କୁ ପ୍ରାଥମିକ ଚିକିତ୍ସା କରାଇଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande