ଧର୍ମଶାଳା,୨୯ଜୁନ୍(ହି.ସ.) - ଗଲା କିଛି ଦିନ ହେବ ଯାତ୍ରା ଜଗତରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଯାହାକୁ ନେଇ ଯାତ୍ରା ପ୍ରେମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଗୋଟିଏ ପରେ ଗୋଟିଏ ଘଟଣା ଯାତ୍ରା ମାଲିକ ଓ କଳାକାରଙ୍କ ମଧ୍ୟରେ ଯେଉଁ ଭଳି ବିବାଦ ଲାଗି ରହିଛି ସେ ନେଇ ଯାତ୍ରା ମାଲିସ ସଂଘର ଏକ ଜରୁରୀ ବୈଠକ ଯାଜପୁର ଜିଲା ଚଣ୍ଡିଖୋଲଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଯାତ୍ରା ମାଲିକମାନେ ଯେଉଁଭଳି ଭାବେ ପରସ୍ପର ମଧ୍ୟରେ ବିଭିନ୍ନ ଅଭିଯୋଗ ଆଣୁଛନ୍ତି , ସେ ନେଇ କେଉଁଠି ନା କେଉଁଠି ଯାତ୍ରା ସଂଘ ମଧ୍ୟରେ ବିବାଦ ଲାଗି ରହିଛି । ଏନେଇ ଯାତ୍ରା ମାଲିକ ସଂଘ ବୈଠକରେ ମାଲିକମାନଙ୍କ ମଧ୍ୟରେ ବିବାଦ ନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଯାତ୍ରାରେ କାମ କରୁଥବା ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଦିଗରେ ଆଲୋଚନା କରାଯାଇଥିଲା । ପୀୟୁଷ ତ୍ରିପାଠୀଙ୍କୁ ନେଇ ମାଲିକ ସଂଘରେ କୌଣସି ଆଲୋଚନା କରାଯାଇ ନାହିଁ ବୋଲି ସଂଘ ସଭାପତି ଭରତ ଭୂଷଣ ଦେଓ ସୂଚନା ଦେଇଥିଲେ । ଆଜିର ବୈଠକରେ ଯାତ୍ରା ସିଂହବାହିନୀ ମାଲିକଙ୍କ ସହ ଆଉ କିଛି ଯାତ୍ରା ମାଲିକ ଯୋଗ ଦେଇ ନ ଥିଲେ । ଅନ୍ୟ କିଛି ମାଲିକ ବ୍ୟକ୍ତିଗତ କାରଣରୁ ଏହି ବୈଠକରେ ଯୋଗ ଦେଇ ପାରି ନାହାନ୍ତି । ସିଂହବାହିନୀ ଓ ସୂର୍ଯ୍ୟମନ୍ଦିର ମାଳିକ ଯେଉଁ ଭଳି ଭାବେ ମନ୍ତବ୍ୟ ଦେଉଛନ୍ତି ତାହା ସେମାନଙ୍କ ବ୍ୟକ୍ତିଗତ ମତ । ଯାତ୍ରା ସଂଘର ନିସ୍ପତିକୁ ସମସ୍ତେ ମାନିବାକୁ ବାଧ୍ୟ । ଯାତ୍ରା ମାଲିକଙ୍କ ବିବାଦ ନେଇ ଆଲୋଚନା ହୋଇଥିଲା । ଯାତ୍ରା ମାଲିକ ସଂଘ ଏକ ଅଛି ଆଉ ରହିବ ମଧ୍ୟ । ଗୋଟିଏ ଯାତ୍ରା ଚଳାଇବା ପାଇଁ ସମସ୍ତ କଳାକାର ନେଇ ପାରିବେ ନାହିଁ । ସମସ୍ତେ କେଉଁ ଯାତ୍ରା ପାର୍ଟି ଚଳାଇବେ ସେ ନେଇ ଆଲୋଚନା ହୋଇଥିଲା । ଅନ୍ୟ ଯାତ୍ରା ମାଲିକ ଆସିବା ପରେ ମଧ୍ୟ ପୁଣି ଥରେ ବୈଠକ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଯେଉଁମାନେ ଶୃଙ୍ଖଳା ଭଙ୍ଗ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଠକରେ ନିସ୍ପତି ନିଆଯାଇଛି । ଏହି ବୈଠକରେ ବହୁ ଯାତ୍ରା ମାଲିକ ସାମିଲ ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ