ଭୁବନେଶ୍ୱର, 29 ଜୁନ୍ (ହି.ସ.)- କେନ୍ଦୁଝରର ବଡ଼ବିଲଠାରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ବୁଦ୍ଧାଦିତ୍ୟ ନାଏକ
ପ୍ରାଣ ହରାଇଥିବା ସମ୍ପର୍କରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ ବୋଲି କହିଛନ୍ତି
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସେ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର
ସମବେଦନା ଜ୍ଞାପନ କରିଛନ୍ତି।
ଏଥି ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ତୁରନ୍ତ
କାର୍ଯ୍ୟାନୁଷ୍ଠାନ ସ୍ବରୂପ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍
ପାଣ୍ଠିରୁ ୪ ଲକ୍ଷ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଥିବାରୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ
ଜଣାଉଛି କେଭି ସିଂହଦେଓ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା