ଓଡ଼ିଶା ସାହିତ୍ୟ ଏକାଡେମୀର ରାଜ୍ୟ ସ୍ତରୀୟ ଏକଦିବସୀୟ ସାରସ୍ବତ ଆସର
ରାଜ୍ୟର ୩୦ ଜିଲ୍ଳା ରୁ ଆସିଥିବା ଶତାଧିକ କବି କବୟିତ୍ରୀ କଲେ କବିତା ପାଠ
ରାଜ୍ୟର ୩୦ ଜିଲ୍ଳା ରୁ ଆସିଥିବା ଶତାଧିକ କବି କବୟିତ୍ରୀ କଲେ କବିତା ପାଠ ୧


ରାଜ୍ୟର ୩୦ ଜିଲ୍ଳା ରୁ ଆସିଥିବା ଶତାଧିକ କବି କବୟିତ୍ରୀ କଲେ କବିତା ପାଠ


ବୌଦ୍ଧ, 29 ଜୁନ୍ (ହି.ସ.) ବୌଦ୍ଧ ଜିଲ୍ଲା କଲଚରାଲ ଏକାଡେମୀ ସହଯୋଗରେ ଓଡ଼ିଶା ସାହିତ୍ୟ ଏକାଡେମୀର ରାଜ୍ୟ ସ୍ତରୀୟ ଏକଦିବସୀୟ ସାରସ୍ବତ ଆସର ଓ କବିତା ପାଠୋତ୍ସବ ସ୍ଥାନୀୟ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଅତିଥି ଭାବେ ଡ. ବୈରାଗୀ ଚରଣ ପଟ୍ଟନାୟକ ,ମୁଖ୍ୟ ବକ୍ତା ସଂସ୍କୃତ ଅଧ୍ୟାପକ ପ୍ରତାପ କୁମାର ରଥ , ସମ୍ମାନିତ ଅତିଥି ପୂର୍ବତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅକ୍ଷୟ କୁମାର ରାଉତ ଜଗତସିଂପୁର ମଞ୍ଚାସିନ ହୋଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଏକାଡେମୀର ସଭାପତି ତଥା ଶିଶୁ ସାହିତ୍ୟିକ ଧ୍ରୁବଚରଣ ଘିବେଲା ସଭାପତିତ୍ବ କରିଥିଲେ । ସାହିତ୍ୟିକ ହାଡ଼ିବନ୍ଧୁ ମହାକୁଡ ,ଏକାଡେମୀର ଯୁଗ୍ମ ସମ୍ପାଦକ କାର୍ତ୍ତିକେଶ୍ୱର ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଉଦଘାଟନୀ ସଙ୍ଗୀତ କବୟିତ୍ରୀ ରଶ୍ମିତା କୁମାରୀ ବେହେରା ଙ୍କ ଦ୍ଵାରା ଗାନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ସ୍ଥାନୀୟ କବି ଓ କବୟିତ୍ରୀ ମାନଙ୍କ ଦ୍ବାରା କବିତା ପାଠ କରାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ରେ ରାଜ୍ୟର ୩୦ ଜିଲ୍ଳା ରୁ ଆସିଥିବା କବି କବୟିତ୍ରୀ ଦ୍ବାରା ମହାନଦୀ,ବାଘ ନଦୀ,ତେଲନଦୀ ଓ ସାଲୁଙ୍କି ନଦୀ ୪ଟି ଦଳରେ ପ୍ରକୃତି, ମୟା ମୋହ,ଜୀବନ ଓ ପ୍ରେମ ବିଷୟକୁ ନେଇ କବିତା ପାଠ କରାଯାଇଥିଲା । ଅନୁଗୋଳ କବି ଆକାଶ ସାହୁ,ଫୁଲବାଣୀର କବି ଜ୍ୟୋତିର୍ମୟୀ କହଁର ଓ ସୋନପୁର ର କବି ସୁଦାମ ନାଏକ ଦ୍ବାରା ଦଳ ମାନଙ୍କ ସଂଯୋଜନା କରାଯାଇଥିଲା । ସମସ୍ତ କବି କବୟିତ୍ରୀ ମାନଙ୍କୁ ଉତ୍ତରୀୟ ଓ ସ୍ମୁତି ଫଳକ ଦେଇ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ରାଧାମୋହନ ମାହାଣା ଧନ୍ୟବାଦ୍ ଦେଇଥିଲେ । ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୈରାଗୀ ଚରଣ ପଟ୍ଟନାୟକ ,ବକ୍ତା ଭାବେ କିଶୋର ମିଶ୍ର, ସମ୍ମାନିତ ଅତିଥି ଭାବେ ସୁଧୀର କୁମାର କର୍ଣ୍ଣ ଓ ସଭାପତି ଧ୍ରୁବ ଚରଣ ଘିବେଲା ମଞ୍ଚାସିନ ହୋଇ ସାହିତ୍ୟ ଉପରେ ଆଲୋଚନା କରିଥିଲେ । ଅନୁଷ୍ଠାନ ର ଉପସଭାପତି କବି ଟଙ୍କଧର ସାହୁ ,ସଦସ୍ୟ ରାଜକୁମାର ପ୍ରଧାନ,ଦେବେନ୍ଦ୍ର ଦେହୁରୀ, ପ୍ରମୁଖ ସହଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମ୍ମତ କୁମାର ଅଗ୍ରୱାଲା


 rajesh pande