ଧର୍ମଶାଳା, ୨୯ଜୁନ୍( ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ହାଟପଡିଆସ୍ଥିତ ମାଉସୀମା ମନ୍ଦିରରେ ଚୁତୁର୍ଦ୍ଧା ମୁର୍ତୀ ପୂଜା ପାଉଥିବା ବେଳେ ସମଗ୍ର ଅଂଚଳ ଜଗନ୍ନାଥମୟ ହୋଇଉଠିଛି । ଭାଲୁଖାଇସ୍ଥିତ ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ତିନି ଠାକୁର ମାଉସୀମା ଘରକୁ ନଅ ଦିନ ପାଇଁ ଆସିଥିବା ବେଳେ ମନ୍ଦିରରେ ରହି ପୂଜା ପାଉଛନ୍ତି । ଏହି ଅବସରରେ ବିଭିନ୍ନ ଅଂଚଳରୁ ଶହ ଶହ ଶ୍ରଦ୍ଧାଳୁ ଆସି ଠାକୁରଙ୍କୁ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି । ମାଉସୀମା ମନ୍ଦିର ପରିସର ଖୁବ ଚଳଚଂଚଳ ଓ ଭକ୍ତିମୟ ହୋଇଉଠିଥିବା ବେଳେ ଏଠାକୁ ଆସୁଥିବା ଭକ୍ତମାନଙ୍କ ପାଇଁ ମୁନସୀ ମେଲଣ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତମାନଙ୍କ ଚିତ ବିନୋଦନ ପାଇଁ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିବାର ବ୍ୟବସ୍ଥା ଗ୍ରହଣକରାଯାଇଛି । ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଆହୁରୀ ୬ ଦିନ ଚାଲିବ । ତେବେ ଆଜି ସନ୍ଧ୍ୟାରେ ବାଲିଆପାଳ ବାଲେଶ୍ୱରର ପ୍ରବଚକ ବିିକାଶ ଚନ୍ଦ୍ର ସାହୁଙ୍କ ଦ୍ୱାରା ପ୍ରବଚନ ପ୍ରଦାନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ମୁନସୀ ମେଲଣ କମିଟିର ସଭାପତି ତଥା ଥାନା ଅଧିକାରୀ ରଞ୍ଜନ କୁମାର ମାଝି, ସାଧାରଣ ସମ୍ପାଦକ ପ୍ରମୋଦ କୁମାର ଦାସ,ଗଗନ ବରାଳ,ବିଚିତ୍ର ସ୍ୱାଇଁ,ଚନ୍ଦ୍ରମଣି ପଣ୍ଡିତ,ରବିନ୍ଦ୍ର କୁମାର ମହାନ୍ତି, ଆଲୋକ ଲେଙ୍କା, ଶରତ ଓଝା,ମନୋଜ ରାଉଳ,ପ୍ରବୋଧ ପାତ୍ର, ଅମୀୟ ମହାନ୍ତି, ରମେଶ ମହାନ୍ତି ପ୍ରମୁଖ ବହୁ ସଦସ୍ୟ ପରିଚାଳନାରେ ସହାୟତା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ