ବନ ବିଭାଗ ପକ୍ଷରୁ ଜାରକାଠାରେ ଚାରାରୋପଣ କେନ୍ଦ୍ର ଉଦ୍‌ଘାଟିତ
ଧର୍ମଶାଳା,୨୯ଜୁନ୍‌(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାଠାରେ ବନ ବିଭାଗ ପକ୍ଷରୁ ଏକ ଚାରା ରୋପଣ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଆନୁକୂଲ୍ୟରେ ‘ଏକ ପେଡ ମା କି ନାମ’ କାର୍ଯ୍ୟକ୍ରମ ଆଧାରରେ ମାସ ବ୍ୟାପୀ ହେବାକୁଥିବା ବିତରଣ କାର୍ଯ୍ୟକ୍ରମକୁ ସମା
ବନ ବିଭାଗ ପକ୍ଷରୁ ଜାରକାଠାରେ ଚାରାରୋପଣ କେନ୍ଦ୍ର ଉଦ୍‌ଘାଟିତ


ଧର୍ମଶାଳା,୨୯ଜୁନ୍‌(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାଠାରେ ବନ ବିଭାଗ ପକ୍ଷରୁ ଏକ ଚାରା ରୋପଣ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଆନୁକୂଲ୍ୟରେ ‘ଏକ ପେଡ ମା କି ନାମ’ କାର୍ଯ୍ୟକ୍ରମ ଆଧାରରେ ମାସ ବ୍ୟାପୀ ହେବାକୁଥିବା ବିତରଣ କାର୍ଯ୍ୟକ୍ରମକୁ ସମାଜସେବୀ ମୀନତି ସାହୁ ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରି ଚାରା ବିତରଣ କରିଥିଲେ। ଫରେଷ୍ଟର ଚିତ ରଂଜନ ବିଶ୍ୱାଳ ଓ ବନରକ୍ଷୀ ବନଲତା ସାମନ୍ତରାୟ ଏହାକୁ ପରିଚାଳନା କରିଥିଲେ। ଜାରକା ସରପଂଚ ସୁଦାମ ବେହେରା, ଧର୍ମଶାଳା ମହୋତ୍ସବ ପୂଜା କମିଟି ସଭାପତି ରବିନ୍ଦ୍ର ସାହୁ, ସମ୍ପାଦକ ସତ୍ୟପ୍ରୀୟ ମହାନ୍ତିଙ୍କ ସମେତ ସ୍ଥାନୀୟ ଯୁବ ସଂଗଠକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande