ରଥଖଳା ହାଲଚାଲ ୩୪ ଦିନ : ତିନି ରଥର ସମସ୍ତ ଚକ ସହ ଅଖ ସଂଯୋଗ ହୋଇ ଡେରାଗଲା
ପୁରୀ, ୩ ଜୁନ୍ (ହି.ସ.)- ମଙ୍ଗଳବାର ୩୪ ତମ ଦିବସରେ ତିନି ରଥର ସମସ୍ତ ଚକ ସହ ଅଖ ସଂଯୋଗ କରାଯାଇଛି । ଏହାସହ ଦିଗନିର୍ଣ୍ଣୟ କାର୍ଯ୍ୟ ଶେଷ ହୋଇଛି । ଦଣ୍ଡା ଫ୍ରେମ ଗୁଡିକ ନମ୍ବରିଂ କରାଯାଇଛି । ପଞ୍ଚ ଦଣ୍ଡାରେ କାପ, କଳସା ଓ ବିନ୍ଧ କାମ ଶେଷ ହୋଇଛି । ପ୍ରତି ରଥର ଧ୍ବଜବତା କାର୍ଯ୍ୟ ଶେଷ ହୋଇଛି ।
ରଥଖଳା ହାଲଚାଲ ୩୪ ଦିନ


ରଥଖଳା ହାଲଚାଲ ୩୪ ଦିନ


ପୁରୀ, ୩ ଜୁନ୍ (ହି.ସ.)- ମଙ୍ଗଳବାର ୩୪ ତମ ଦିବସରେ ତିନି ରଥର ସମସ୍ତ ଚକ ସହ ଅଖ ସଂଯୋଗ କରାଯାଇଛି । ଏହାସହ ଦିଗନିର୍ଣ୍ଣୟ କାର୍ଯ୍ୟ ଶେଷ ହୋଇଛି । ଦଣ୍ଡା ଫ୍ରେମ ଗୁଡିକ ନମ୍ବରିଂ କରାଯାଇଛି । ପଞ୍ଚ ଦଣ୍ଡାରେ କାପ, କଳସା ଓ ବିନ୍ଧ କାମ ଶେଷ ହୋଇଛି । ପ୍ରତି ରଥର ଧ୍ବଜବତା କାର୍ଯ୍ୟ ଶେଷ ହୋଇଛି । ନନ୍ଦିଘୋଷ ଓ ତାଳଧ୍ବଜ ରଥର ଦୁଇଟି ପୋଲ ଗୟଳ ଚଉପଟ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦର୍ପଦଳନ ରଥର ୨୦ ଫୁଟିଆ ଧୂଳି ଦଣ୍ଡା ଚଉପଟ ଓ ଗୋଲେଇ କାର୍ଯ୍ଯ ଶେଷ ହୋଇଛି । ରୂପକାର ସେବକ ମାନେ ବେଦି ସିଂହାସନ ଓ ମୁହାଁଟରେ କୁମ୍ଭ, ମତ୍ସ୍ଯ ଓ ଡାଳିଲଟା ଖୋଦେଇ କାର୍ଯ୍ଯ ଜାରି ରଖିଛନ୍ତି । ତିନିରଥର ନାଟ ଗୋଡରେ ଗନ୍ଧର୍ବ ରୂପ ଚିତ୍ରାଙ୍କନ କାର୍ଯ୍ୟ ଚାଲୁରହିଛି । ଦୋଳବେଦି କୋଣ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନିରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା, ଗରଗରା କଣ୍ଟା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥଖଳାରେ ତିନିରଥର ମହାରଣା ସେବକ, ଭୋଇ ସେବକ, କରତୀ ସେବକ, ରୂପକାର ସେବକ, ଦୁଇ ଜଣ ତୁମ୍ବ ବିନ୍ଧ କାରୀଗର, ତିନିଜଣ ପାହି ମହାରଣା ଓ ଓଝା ସେବକ ମାନେ ରଥନିର୍ମାଣ କାର୍ଯ୍ୟରେ ନିମଗ୍ନ ଅଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande