ଭାଲୁକିପତଳା ରାସ୍ତାର ଅବସ୍ଥା ଶୋଚନୀୟ
ଘଟଗାଁ, ୦୩ ଜୁନ (ହି. ସ.) - ଭାଲୁକିପତଳା ଅଂଚଳକୁ ଯିବା ରାସ୍ତାଟି ମରାମତି ଅଭାବରୁ ରାସ୍ତା ର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇ ପଡୁଛି । ଏହି ରାସ୍ତା ଦେଇ ଦୈନିକ ସ୍କୁଲ, ପିଲାଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ଓ ସବୁବର୍ଗର ହଜାର ହଜାର ଲୋକଙ୍କର ଜାତାୟତ ହୋଇଥାଏ ରାସ୍ତାର ମଝି ଅଂଶ ଯଦିଓ ପେଭର ପ୍ଲେଟ
ଭାଲୁକିପତଳା ରାସ୍ତାର ଅବସ୍ଥା ଶୋଚନୀୟ


ଘଟଗାଁ, ୦୩ ଜୁନ (ହି. ସ.) - ଭାଲୁକିପତଳା ଅଂଚଳକୁ ଯିବା ରାସ୍ତାଟି ମରାମତି ଅଭାବରୁ ରାସ୍ତା ର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇ ପଡୁଛି । ଏହି ରାସ୍ତା ଦେଇ ଦୈନିକ ସ୍କୁଲ, ପିଲାଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ଓ ସବୁବର୍ଗର ହଜାର ହଜାର ଲୋକଙ୍କର ଜାତାୟତ ହୋଇଥାଏ ରାସ୍ତାର ମଝି ଅଂଶ ଯଦିଓ ପେଭର ପ୍ଲେଟ ପକାଯାଇଛି, ହେଲେ ରାସ୍ତାର ଦୁଇ ମୁଣ୍ଡର ପାର୍ଶ୍ୱ ରାସ୍ତା ଅବସ୍ଥା ଶୋଚନୀୟ । ଅଶରାଏ ବର୍ଷା ହେଲେ ରାସ୍ତା ଥିବା ଖାଲଢିପରେ ବର୍ଷା ପାଇଁ ରହି ମରମ ରାସ୍ତା ଭ୍ରମ ସୃଷ୍ଟି କରେ ଏବଂ ଅନେକ ସମୟରେ ଏହି ଭ୍ରମସୃଷ୍ଟି କରୁଥିବା ଖାଲ ଢିପ ରାସ୍ତା ରେ ଛୋଟ ବଡ ଦୁର୍ଘଟଣା ର ଆଶଙ୍କା ଲାଗି ରହୁଛି । ରାସ୍ତା ଏଭଳି ଅବସ୍ଥା ସାଙ୍ଗକୁ ରାସ୍ତା ପାର୍ଶ୍ୱରେ ମାଳ ମାଳ ଚାରିଚକିଆ ଯାନ ଗୁଡିକ ପାର୍କିଂ କରିବା ଦ୍ୱାରା ହଠାତ ଉଭୟ ପାର୍ଶ୍ୱରୁ ଚାରି ଚକିଆ ଯାନ କୌଣସି ବସତଃ ଆସିଯାଏ ତେବେ ରାସ୍ତା ଜାମ ଭଳି ପରିସ୍ଥିତି ସୃଷ୍ଟି ହୋଇ ଟ୍ରାଫିକ ସମସ୍ୟା କୁ ବିପର୍ଯ୍ୟସ୍ତ କରୁଛି । ଯାହାକି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦୃଢ ଦାବି ହୋଇଛି ।

ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande