ଗୋବିନ୍ଦପୁରରେ ବିକଶିତ କୃଷି ସଂକଳ୍ପ ଅଭିଯାନ, କୃଷି ଓ କୃଷକର ବିକାଶ ଯୋଜନାର ଲକ୍ଷ୍ୟ
ଭଦ୍ରକ, ୩ ଜୁନ୍ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଗୋବିନ୍ଦପୁର ପଂଚାୟତ ଅଧୀନ ମଧୁପୁରରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଲକ କୃଷି ଅଧିକାରୀ ଅମର ପ୍ରସାଦ ସାହୁଙ୍କ ପୌରୋହିତ୍ୟରେ ତାଲିମ ଶିବିର ଅନୁଷ୍ଠିତ
BIKASITA KRUSI SAMPARKA AVIJAN


ଭଦ୍ରକ, ୩ ଜୁନ୍ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଗୋବିନ୍ଦପୁର ପଂଚାୟତ ଅଧୀନ ମଧୁପୁରରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଲକ କୃଷି ଅଧିକାରୀ ଅମର ପ୍ରସାଦ ସାହୁଙ୍କ ପୌରୋହିତ୍ୟରେ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କୃଷି ଜିଲ୍ଲା ଅଧିକା ଶଶିଭୂଷଣ ମହାପାତ୍ର, ସମ୍ମାନିତ ଅତିଥିଭାବେ ଜିତେନ କୁମାର ମହାପାତ୍ର, ରାଣୀତାଲ କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ବିଜୟଲକ୍ଷ୍ମୀ ରାଉତ, ମତ୍ସ୍ୟ ବିଭାଗ ଅଧିକାରୀ ସୁଚିତ୍ରା ବେହେରା ଓ ସଂଗୀତା ପତି, ସରପଂଚଙ୍କ ପ୍ରତିନିଧି ସୌମ୍ୟରଂଜନ ସାହୁ, ସମିତିସଭ୍ୟ କୈଳାସ ମାଝୀ ପ୍ରମୁଖ ଯୋଗ ଦେଇ କୃଷି ଓ କୃଷକର ବିକାଶ ହେବା ନେଇ ଉପସ୍ଥିତ ଚାଷୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହି ଶିବିରରେ ଯୋଗଦେଇଥିବା ମହିଳା ଓ ପୁରୁଷ କୃଷକମାନେ ସେମାନଙ୍କର ବିଭିନ୍ନ ସମସ୍ୟାକୁ ପ୍ରଶ୍ନ ଉତର ମାଧ୍ୟମରେ ଜଣାଇଥିଲେ। ଶିବିରରେ କୃଷି ବୈଜ୍ଞାନିକ ଓ ଗବେଷକମାନେ ଖରିଫ୍ ଚାଷ, ପନିପରିବା ଚାଷ, ମାଛ ଚାଷ, ଡାଲିଜାତୀୟ ଚାଷ, ଆଖୁ, ଅଦା, ପଶୁପାଳନ ଇତ୍ୟାଦି ଚାଷ ଉପରେ ତାଲିମ ଦେଇଥିଲେ। ଏଟିଏମ ମିଲନ ଦାସ, ଗିରିଜାଶଂକର ରାୟ ଚୌଧୁରୀ, ଗ୍ରାମ୍ୟ କୃଷି କର୍ମଚାରୀ ତ୍ରିନାଥ ଭୋଇ, ସନ୍ତୋଷ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande