କୋରାପୁଟ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଜିଲ୍ଲାକୁ ଆସିଥିବା ରେଜାଙ୍ଗଲା କଳସ ଯାତ୍ରାକୁ ସ୍ଵାଗତ : ଅହିର ରେଜିମେଣ୍ଟ ଗଠନ ଦାବିରେ କମ୍ପିଲା ବୈପାରିଗୁଡା
ଜୟପୁର, ୩ ଜୁନ୍ (ହି.ସ.)- କୋରାପୁଟ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଜିଲ୍ଲାକୁ ଆସିଥିବା ରେଜାଙ୍ଗଲା କଳସ ଯାତ୍ରାକୁ ସ୍ଵାଗତ କରାଯାଇଛି । ଜିଲ୍ଲା ସଭାପତି ମଦନ ମୋହନ ନାୟକଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼, ରାଜ୍ୟ ଉପ ସଭାପତି ହୃଷୀକେଶ ଗୌଡ଼, ରାଜ୍ୟ ଯୁବ ସଭାପତି ଅମର ନାୟକ,
ଅହିର ରେଜୀମେଣ୍ଟ ଗଠନ ଦାବିରେ କମ୍ପିଲା ବୈପାରିଗୁଡା


ଜୟପୁର, ୩ ଜୁନ୍ (ହି.ସ.)- କୋରାପୁଟ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଜିଲ୍ଲାକୁ ଆସିଥିବା ରେଜାଙ୍ଗଲା କଳସ ଯାତ୍ରାକୁ ସ୍ଵାଗତ କରାଯାଇଛି । ଜିଲ୍ଲା ସଭାପତି ମଦନ ମୋହନ ନାୟକଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼, ରାଜ୍ୟ ଉପ ସଭାପତି ହୃଷୀକେଶ ଗୌଡ଼, ରାଜ୍ୟ ଯୁବ ସଭାପତି ଅମର ନାୟକ, କବିରାଜ ପରମେଶ୍ଵର ପାତ୍ର, ଉପଦେଷ୍ଟା ବାଲା ରାୟ ପ୍ରମୁଖ ବିରଖମ୍ବ ଛକ ଠାରୁ ସ୍ୱାଗତ କରିଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼ କଳସ ଯାତ୍ରା ସଂପର୍କରେ ଅବଗତ କରାଇଥିଲେ। ଏଥିରେ ପ୍ରଦୀପ ନାୟକ, ରବି ନାରାୟଣ ଗୌଡ, ଜୟପୁର ବ୍ଲକ ସଭାପତି ବାବୁଲା ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ । ଯାତ୍ରା ସମୟରେ ଗାଁ ଗାଁ ବୁଲି ଏହି ସମାଜର ରହିଥିବା ଦାବି ବିଶେଷ କରି ଯାଦବଙ୍କୁ ଗିରିଜନ ମାନ୍ୟତା, ଗୋଚର ଜମି ଜବରଦଖଲ ମୁକ୍ତ, ଜାତିଭିତ୍ତିକ ଜନଗଣନା ରିପୋର୍ଟ ପ୍ରକାଶ, ଶିକ୍ଷା ଏବଂ ଚାକିରୀ କ୍ଷେତ୍ରରେ ଯାଦବଙ୍କ ଭାଗିଦାରୀ ଅନୁସାରେ ସ୍ଵତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା, ଓମଫେଡ ସଂସ୍ଥାର ସମ୍ପୂର୍ଣ ଦାୟିତ୍ଵ ଯାଦବଙ୍କର ରହିବା, ସେନା ବାହିନୀରେ ଅହିର୍ ରେଜିମେଣ୍ଟ ଗଠନ, ଯାଦବଙ୍କ ପାଇଁ ଜଙ୍ଗଲ ଜମି ଅଧିକାର, ଯାଦବ ବିକାଶ ପରିଷଦ ଗଠନ ଉପରେ ଆଲୋଚନା ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande