ଆଶିଷ ଠାକରେ କେନ୍ଦ୍ରୀୟ ଡେପୁଟେସନରେ ଯିବେ , ଦିଲ୍ଲୀରେ ନୂଆ ଦାୟିତ୍ୱ ନେବେ
ଭୁବନେଶ୍ୱର, 3 ଜୁନ୍ (ହି.ସ.) ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍‌ ଅଧିକାରୀ ଆଶିଷ ଠାକରେ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ତାଙ୍କୁ ଦିଲ୍ଲୀର ଦିବ୍ୟାଙ୍ଗଜନ ସଶକ୍ତିକରଣ ବିଭାଗରେ ନିଦେଶକ ଭାବରେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି କେନ୍ଦ୍ରୀୟ ଷ୍ଟାଫିଂ ସ୍କିମ୍‌ ଅନୁଯାୟୀ କରାଯାଇଛି। ମିଳିଥିବା ସୂଚ
ଆଶିଷ ଠାକରେ କେନ୍ଦ୍ରୀୟ ଡେପୁଟେସନରେ ଯିବେ , ଦିଲ୍ଲୀରେ ନୂଆ ଦାୟିତ୍ୱ ନେବେ


ଭୁବନେଶ୍ୱର, 3 ଜୁନ୍ (ହି.ସ.) ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍‌ ଅଧିକାରୀ ଆଶିଷ ଠାକରେ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ତାଙ୍କୁ ଦିଲ୍ଲୀର ଦିବ୍ୟାଙ୍ଗଜନ ସଶକ୍ତିକରଣ ବିଭାଗରେ ନିଦେଶକ ଭାବରେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି କେନ୍ଦ୍ରୀୟ ଷ୍ଟାଫିଂ ସ୍କିମ୍‌ ଅନୁଯାୟୀ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ୨୦୧୧ ବ୍ୟାଚର ଆଇଏଏସ୍‌ ଅଧିକାରୀ ଠାକରେ, ଏହି ପଦରେ ପଞ୍ଚବର୍ଷ ଯାଏ କିମ୍ବା କେନ୍ଦ୍ର ପକ୍ଷରୁ ନିଆଯାଉଥିବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ (ଯେଉଁଟି ପ୍ରଥମେ ହେବ) ଏହି ପଦରେ କାର୍ଯ୍ୟଭାର ସମ୍ଭାଳିବେ .

କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଓଡ଼ିଶା ସରକାରକୁ ଚିଠି ଲେଖି ଠାକରେଙ୍କୁ ତାଙ୍କର ବର୍ତ୍ତମାନ ଦାୟିତ୍ୱରୁ ତୁରନ୍ତ ମୁକ୍ତ କରିବା ନିର୍ଦ୍ଦେଶ ଦେଇଛି, ଯାହାଦ୍ୱାରା ସେ ଶୀଘ୍ର ନୂଆ ଦିଲ୍ଲୀରେ ତାଙ୍କର ନୂଆ ପଦଭାର ଗ୍ରହଣ କରିପାରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande