ସମ୍ବଲପୁର, ୩ ଜୁନ୍ (ହି.ସ.)- ଚଳିତ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ତୃଷାର୍ତ୍ତ ନିରୀହ ପକ୍ଷୀଙ୍କ ପାଇଁ ପାଣି ବ୍ୟବସ୍ଥା କରାଇ କୁଡାପଡା ନିବାସୀ ସରୋଜ ମେହେର ଅଞ୍ଚଳରେ ବେଶ୍ ପ୍ରଶଂସାର ପାତ୍ର ହୋଇଥିବା ବେଳେ ବଲାଙ୍ଗୀର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ଏହିଭଳି ପଦକ୍ଷେପକୁ ନେଇ ସରୋଜ ଓ ତାଙ୍କ ପରିବାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l
ଚଳିତ ବର୍ଷ ଦୀର୍ଘ ଦୁଇମାସ ଧରି ସରୋଜ ନିଜ ପଛପଟ ଜଙ୍ଗଲର ବୃକ୍ଷ ଗୁଡ଼ିକରେ ମାଟିପାତ୍ରରେ ପାଣି ଭରି ଶୋଷଲା ପକ୍ଷୀଙ୍କ ପାଇଁ ଜଳ ବ୍ୟବସ୍ଥା କରାଇଥିବା ଖବର ବିଭିନ୍ନ ଗଣମାଧ୍ୟମ, ଖବରକାଗଜ ଓ ଇଲେକ୍ଟ୍ରୋନିକ୍ସ ମଡ଼ିଆରେ ପ୍ରକାଶିତ ହୋଇଥିଲା l ଏହା ପରେ ଏହିଭଳି ପଦକ୍ଷେପକୁ ନେଇ ସରୋଜ ଓ ତାଙ୍କ ପରିବାରକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଥିଲା l ବଲାଙ୍ଗୀର ଉପଜିଲ୍ଲାପାଳ ସରୋଜଙ୍କ ଏଭଳି ପକ୍ଷୀପ୍ରେମ ଓ ମହତ କାର୍ଯ୍ୟକୁ ନେଇ ଗତକାଲି ସରୋଜ ଓ ତାଙ୍କ ପରିବାରଙ୍କୁ ଚିଠି ମାଧ୍ୟମରେ ଶୁଭେଚ୍ଛା ଜଣାଇବା ସହ ଆଗକୁ ଏହିଭଳି କାର୍ଯ୍ୟ କରିବାକୁ ଅନ୍ୟ ମାନଙ୍କୁ ମଧ୍ୟ ପ୍ରେରିତ କରିଛନ୍ତି। ଉପଜିଲ୍ଲାପାଳଙ୍କ ଏହି ଶୁଭେଚ୍ଛା ବାର୍ତ୍ତା ପାଇବା ପରେ ସରୋଜ ଓ ତାଙ୍କ ପରିବାର ଉପଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇବା ସହ ଆମେ ଆଗକୁ ମଧ୍ୟ ସବୁବେଳେ ଏହି ପ୍ରୟାସରେ ରହିବୁ ବୋଲି କହିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ଶୈଳେଶ