୩ରୁ ୬ ତାରିଖ ହିଟ୍ ୱେଭ, ଗରମ ଓ ଗୁଳୁଗୁଳି ନେଇ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ : ଆଜି ହିଟ୍ ୱେଭ ନେଇ ବାଲେଶ୍ୱର ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଗରମ ଓ ଗୁଳୁଗୁଳି ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ୩ ଜୁନ୍ (ହି.ସ.)- ୩ ତାରିଖ ଠାରୁ ୬ ତାରିଖ ମଧ୍ୟରେ ରାଜ୍ୟର କିଛି କିଲ୍ଲାରେ ହିଟ୍ ୱେଭ୍ ଓ ଅନ୍ୟ କେତେକ ସ୍ଥାନରେ ଗରମ ଓ ଗୁଳୁଗୁଳି ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ୩ ତାରିଖ ଅର୍ଥାତ୍ ଆଜି ପାଇଁ ହିଟ୍ ଟ୍ୱେଭ ନେଇ ବାଲେଶ୍ୱର ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇ
୩ରୁ ୬ ତାରିଖ ହିଟ୍ ୱେଭ, ଗରମ ଓ ଗୁଳୁଗୁଳି ନେଇ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ : ଆଜି ହିଟ୍ ୱେଭ ନେଇ ବାଲେଶ୍ୱର ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଗରମ ଓ ଗୁଳୁଗୁଳି ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


ଭୁବନେଶ୍ୱର, ୩ ଜୁନ୍ (ହି.ସ.)- ୩ ତାରିଖ ଠାରୁ ୬ ତାରିଖ ମଧ୍ୟରେ ରାଜ୍ୟର କିଛି କିଲ୍ଲାରେ ହିଟ୍ ୱେଭ୍ ଓ ଅନ୍ୟ କେତେକ ସ୍ଥାନରେ ଗରମ ଓ ଗୁଳୁଗୁଳି ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ୩ ତାରିଖ ଅର୍ଥାତ୍ ଆଜି ପାଇଁ ହିଟ୍ ଟ୍ୱେଭ ନେଇ ବାଲେଶ୍ୱର ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଗରମ ଓ ଗୁଳୁଗୁଳି ନେଇ ୯ ଜିଲ୍ଲା ( ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ୪ ତାରିଖ ପାଇଁ ହିଟ୍ ଟ୍ୱେଭ ନେଇ ୫ ଜିଲ୍ଲା ( ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ଗଜପତି) କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଗରମ ଓ ଗୁଳୁଗୁଳି ନେଇ ୬ ଜିଲ୍ଲା (ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୫ ତାରିଖରେ ହିଟ୍ ଟ୍ୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଗରମ ଓ ଗୁଳୁଗୁଳି ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୬ ତାରିଖରେ ହିଟ୍ ଟ୍ୱେଭ ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଗରମ ଓ ଗୁଳୁଗୁଳି ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande