ବ୍ରହ୍ମପୁରଠାରେ ହେବାକୁ ଥିବା ନାରୀ ଶକ୍ତିର ସମାରୋହର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କଲେ ଉପ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 03 ଜୁନ (ହି.ସ.) ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବ୍ରହ୍ମପୁରଠାରେ ହେବାକୁଥିବା ନାରୀ ଶକ୍ତିର ସମାରୋହର ପ୍ରସ୍ତୁତି ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ସେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇ ଲେଖିଛନ୍ତି ଯେ, ଆସନ୍ତା ଜୁନ ୧୩ ତାରିଖରେ ବ୍ରହ୍
ବ୍ରହ୍ମପୁରଠାରେ ହେବାକୁ ଥିବା ନାରୀ ଶକ୍ତିର ସମାରୋହର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କଲେ ଉପ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 03 ଜୁନ (ହି.ସ.) ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବ୍ରହ୍ମପୁରଠାରେ ହେବାକୁଥିବା ନାରୀ ଶକ୍ତିର ସମାରୋହର ପ୍ରସ୍ତୁତି ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ।

ସେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇ ଲେଖିଛନ୍ତି ଯେ, ଆସନ୍ତା ଜୁନ ୧୩ ତାରିଖରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ହେବାକୁଥିବା ନାରୀ ଶକ୍ତିର ଏକ ଭବ୍ୟ ସମାରୋହର ପ୍ରସ୍ତୁତି ଉପରେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କଲି। ଏହି ସମ୍ମିଳନୀରେ ସ୍ୱୟଂ ସହାୟକ ଗୋଷ୍ଠୀର ମା'ମାନଙ୍କ ହସ୍ତଶିଳ୍ପ ଓ ହାତ ତିଆରି ପିଠା ପ୍ରଦର୍ଶିତ ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande