ବଲାଙ୍ଗିର, ୩ ଜୁନ୍ (ହି.ସ.) - ପ୍ରବଚିକା ତଥା ଅଧ୍ୟାପିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ଦରିଦ୍ର ଅସହାୟଙ୍କୁ ଛତା ବଂଟନ କରାଯାଇଛି । ଗ୍ରୀଷ୍ମ ପ୍ରବାହରେ ପ୍ରଖର ସୂର୍ଯ୍ୟକିରଣ ତଥା ବର୍ଷାରୁ ରକ୍ଷା ପାଇବାକୁ ଏହି ସମିତି ଛତା ବଂଟନ କରିଛି । ଏହି ଅବସରରେ ସମିତିର ପ୍ରତିଷ୍ଠାତା ସଭାପତି ଏଲୋରା ମିଶ୍ର, ଉପ-ସଭାପତି ସୀତାଂଶୁ ଶେଖର ନାଏକ, ସମ୍ପାଦକ ଦୁର୍ଗାଚରଣ ସାହୁ, ସହ-ସଂପାଦକ ଦେବାଶିଷ ମିଶ୍ର, ସରିତା ସାହୁ, ସାଧୁରାମ ସାହୁ, କବିତା ସାହୁ, ଦୁର୍ଯ୍ୟୋଧନ ନାଏକ, ମନୀଷ ସାହୁ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ