ବଲାଙ୍ଗିର, ୩ ଜୁନ୍ (ହି.ସ.) - ଜିଲ୍ଲା ଦଳିତ ସମାଜର ଏକ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମେଟ୍ରିକ ଓ ଯୁକ୍ତ ଦୁଇ ରେ ୮୦ ପ୍ରତିଶତ ରୁ ଅଧିକ ମାର୍କ ରଖି ଉତୀର୍ଣ୍ଣ ହୋଇଥିବା ଦଳିତ ସମାଜର ଛାତ୍ର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ଦଳିତ ସମାଜର ସଭାପତି ବିଜୟ ବାରିକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଡୁଡା ର ପ୍ରକଳ୍ପ ନିର୍ଦ୍ଦେଶକ ତରଣିସେନ ସୁନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ଦଳିତ ସମାଜ ଶିକ୍ଷକ ସଂଘ ସଭାପତି ବାସୁଦେବ ମୁଗ୍ରୀ, ସଂଗଠକ ପାଣ୍ଡବ କୁମ୍ଭାର, ଜିଲ୍ଲା ଅଭିଭାବକ ସଂଘ ସଭାପତି ସୀତାରାମ କୁମ୍ଭାର ଯୋଗ ଦେଇଥିଲେ । କଠିଣ ପରିଶ୍ରମ ଓ ସମୟ ଜ୍ଞାନ ହିଁ ସଫଳତାର ଚାବିକାଠି ବୋଲି ଅତିଥିମାନେ ମତବ୍ୟକ୍ତ କରିବା ସହିତ ଛାତ୍ର ଛାତ୍ରୀମାନେ ନିଜର ଲକ୍ଷ୍ୟ ଧାର୍ଯ୍ୟ କରନ୍ତୁ ଓ ଲକ୍ଷ୍ୟ ହାସଲ ପରେ ସମାଜର ସେବା କରନ୍ତୁ ବୋଲି କହିଥିଲେ । ଶିକ୍ଷାବିତ୍ ନେପାଳ ଚନ୍ଦ୍ର ବାଗ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶିକ୍ଷକ ସୂର୍ଯ୍ୟମଣି ସୁନା ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ନଟରାଜ ନାଗ, ଭୁବନ ନାଗ, କାଉସିଲର ଶମ୍ଭୁ ନାଗ, ଗଜମଣି ବାଗ, କିଶୋର କୁମ୍ଭାର, ଜ୍ୟୋତିଷ ମୁଗ୍ରୀ, ତରଣିସେନ ଦୀପ, ଶୁଶିଲ ହରିପାଲ, ଟୁକୁ ବାଗ, ବିଷ୍ଣୁ ଦିପ, ଅଜିତ କୁଅଁର, ନେପାଲ ବାଗ, ହରି ନନ୍ଦ ଓ ବଟୁ ନାଗ ପ୍ରମୁଖ ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ