ବଲାଙ୍ଗିର, ୩ ଜୁନ୍ (ହି.ସ.)- ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଶାକ୍ତ ମାଦକଦ୍ରବ୍ୟ ବିରୋଧରେ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ଅବସରରେ ଆଜି ପୂର୍ବାହ୍ନରେ ବଲାଙ୍ଗୀର ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଚାରିଗୋଟି ଆମ ସଂକଳ୍ପ - ନିଶା ନୁହେଁ , ଜୀବନ ସଚେତନତା ରଥକୁ ଅବକାରୀ ଡେପୁଟି କମିଶନର ତଥା ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ରଥ ଗୁଡ଼ିକ ଆସନ୍ତା ଜୁନ ୨୬ ତାରିଖ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାର ଗାଁ ଗାଁ ବୁଲି ସଙ୍ଗୀତ ଓ ବିଜ୍ଞାପନ ପତ୍ର ଦ୍ଵାରା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବର୍ଜନ ନିମନ୍ତେ ଜନ ସଚେତନତା ସୃଷ୍ଟି କରିବା ସହ ଓଡ଼ିଶା ସରକାରଙ୍କର ଏକ ମହାନ ପଦକ୍ଷେପକୁ ସୁଦୂର ପ୍ରସାରି କରିବେ । ଏହି ସଚେତନତା କାର୍ଯ୍ୟକ୍ରମ ଚାରଟି ପର୍ଯ୍ୟାୟରେ ଏହି ବର୍ଷବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ହେବ । ତମାଖୁ, ବିଷାକ୍ତ ମଦ ଓ ଡ୍ରଗ୍ସ ବ୍ୟବହାର ଓ ପ୍ରସାରକୁ ରୋକିବା ପାଇଁ ରାଜ୍ୟବ୍ୟାପୀ ପ୍ରଥମ ପର୍ଯ୍ୟାୟରେ ବିଶ୍ୱ ତମାଖୁ ନିଷେଧ ଦିବସ ମଇ ୩୧ ତାରିଖ ଠାରୁ ଜୁନ ୨୬ ତାରିଖ ପର୍ଯ୍ୟନ୍ତ, ଦ୍ୱିତୀୟ ପର୍ଯ୍ୟାୟରେ ଜୁନ୍ ୨୬ ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ, ତୃତୀୟ ପର୍ଯ୍ୟାୟରେ ଅକ୍ଟୋବର ୨ ଏବଂ ଚତୁର୍ଥ ପର୍ଯ୍ୟାୟରେ ଡିସେମ୍ବର ୨୫ରୁ ୨୦୨୬ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ଏକ ବର୍ଷ ଧରି ଏହି ସଚେତନତା ଅଭିଯାନ ଜାରି ରହିବ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ