ଭୁବନେଶ୍ୱର, 03 ଜୁନ (ହି.ସ.) ବାଙ୍ଗାଲୋରରେ ଜୀବିକା ନିର୍ବାହ କରୁଥିବା କେନ୍ଦୁଝରର ଦିବ୍ୟାଙ୍ଗ ଦମ୍ପତି ଅଲେଖ ପ୍ରଧାନ ଓ ଶ୍ରଦ୍ଧାଞ୍ଜଳି ନାୟକ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତରିତ ହେଉଥିବାବେଳେ ଶ୍ରଦ୍ଧାଞ୍ଜଳିଙ୍କ ଦେହାନ୍ତ ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଓ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏହା ସହିତ ବର୍ତ୍ତମାନ ଏମ୍ସ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ଅଲେଖ ପ୍ରଧାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ମୃତକ ଶ୍ରଦ୍ଧାଞ୍ଜଳି ନାୟକଙ୍କ ପରିବାରର ନିକଟତମ
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ