କୃଷକ ପରାମର୍ଶ କର୍ମଶାଳା
ଭଦ୍ରକ, ୩ ଜୁନ୍ (ହି.ସ.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ ଠାରେ ବିକଶିତ କୃଷି ସଂକଳ୍ପ ଯୋଜନା ଆନୁକୁଲ୍ୟରେ କୃଷକ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ କୃଷି ଅଧିକାରିଣୀ ସୁଦୀପ୍ତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି
KRUSHAKA PARAMARSA KARMASALA


ଭଦ୍ରକ, ୩ ଜୁନ୍ (ହି.ସ.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ ଠାରେ ବିକଶିତ କୃଷି ସଂକଳ୍ପ ଯୋଜନା ଆନୁକୁଲ୍ୟରେ କୃଷକ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ କୃଷି ଅଧିକାରିଣୀ ସୁଦୀପ୍ତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦ୍ୱିଜ୍ୱର ସେଠୀ ଯୋଗ ଦେଇ କୃଷି ସମ୍ପର୍କରେ ବିଭିନ୍ନ ମତ ଦେଇଥିଲେ। ଅନ୍ୟତମ ଅତିଥି ଭାବେ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ଅଧିକାରିଣୀ ଡ଼. ତନୁଜା ଏସ, ଜ୍ୟୋସ୍ନା ରାଣୀ ମହାରଣା, ଭାନୁମତୀ ଧିନ୍ଦା, ଉଦ୍ୟାନକୃଷି ଅଧିକାରି କଲ୍ୟାଣ ପାଣିଗ୍ରାହୀ, ସହକାରୀ କୃଷି ଅଧିକାରୀ ସଞ୍ଜୀବ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ଆଧୁନିକ ଚାଷ ପ୍ରଣାଳୀ ସମ୍ପର୍କରେ ଶିବିରରେ ଚାଷୀ ମାନଙ୍କୁ ଅଧିକାରୀ ମାନେ ବିଭିନ୍ନ ପରାମର୍ଶ ଦେଇଥିଲେ। ଗ୍ରାମ୍ୟ କୃଷି କର୍ମଚାରୀ ନିରୂପମା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜିତ ଶିବିରକୁ ଗ୍ରାମ୍ୟ କୃଷି କର୍ମଚାରୀ ସ୍ମୃତି ରଞ୍ଜନ ରାଉତ, ଗୀତାଞ୍ଜଳି ପତୀ, ଶିବ ନାରାୟଣ ପାଣି, ଆଶିଷ ରାଉତ, ମମତା ମଞ୍ଜରୀ ସେଠୀ, ପ୍ରମୋଦ ନାୟକ,ମାନସ ଜେନା, ଅବିନାଶ ଜେନା, ତାରିଣୀ ନାୟକ ପ୍ରମୁଖ ପରିଚାଳନା କରିଥିଲେ। ଏଥିରେ ଅଂଚଳର ମହିଳା ଓ ପୁରୁଷ ଚାଷୀ ମାନେ ଯୋଗ ଦେଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande