ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣାଣ୍ଡେଜଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଲେ କେନ୍ଦୁଝର ସାଂସଦ
କେନ୍ଦୁଝର , 03 ଜୁନ (ହି.ସ.) କେନ୍ଦୁଝର ସାଂସଦ ଅନନ୍ତ ନାୟକ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣାଣ୍ଡେଜଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଲେଖିଛନ୍ତି, ପଦ୍ମ ବିଭୂଷଣ ତଥା ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣାଣ୍ଡେଜଙ
ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣାଣ୍ଡେଜଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଲେ କେନ୍ଦୁଝର ସାଂସଦ


କେନ୍ଦୁଝର , 03 ଜୁନ (ହି.ସ.) କେନ୍ଦୁଝର ସାଂସଦ ଅନନ୍ତ ନାୟକ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣାଣ୍ଡେଜଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ।

ସେ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଲେଖିଛନ୍ତି, ପଦ୍ମ ବିଭୂଷଣ ତଥା ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣାଣ୍ଡେଜଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଂଜଳି । ଜରୁରୀ କାଳୀନ ପରିସ୍ଥିତି ସମୟରେ ତାଙ୍କର ସାହସ, ଟ୍ରେଡ ୟୁନିୟନ ଆନ୍ଦୋଳନରେ ତାଙ୍କର ନେତୃତ୍ୱ ଓ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ତାଙ୍କର ଦେଶ ପ୍ରତି ନିଷ୍ଠାର ଭାବ ତାଙ୍କୁ ଭାରତୀୟ ରାଜନୀତିରେ ଏକ ଅଦ୍ୱିତୀୟ ସ୍ଥାନ ପ୍ରଦାନ କରିଥିଲା । ତାଙ୍କର ସରଳତା ଓ ରାଷ୍ଟ୍ରହିତକୁ ସର୍ବୋପରି ରଖିବାର ଦୃଷ୍ଟିକୋଣ ଆମ ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରୁଥିବ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande