ସ୍ପଷ୍ଟ ଦିବାଲୋକରେ ୪ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
ବଲାଙ୍ଗିର, ୩ ଜୁନ୍ (ହି.ସ.)- ଗତକାଲି ବ୍ୟାଙ୍କରୁ ଟଙ୍କା ଉଠାଣ କରି ଆସୁଥିବା ବେଳେ ସ୍ପଷ୍ଟ ଦିବାଲୋକରେ ପାଟଣାଗଡ ଠାରେ ଟଙ୍କା ଲୁଟ ଖବର ଆସିଛି। ପାଟଣାଗଡ ରାମଜୀଛକ ନିକଟସ୍ଥ ମହାବୀର ଆଇରନ ଷ୍ଟୋର ମାଲିକ ପର୍ଶୁରାମ ଫଂସାରୀଙ୍କ ଠାରୁ ସ୍ପଷ୍ଟ ଦିବାଲୋକରେ ୪ ଲକ୍ଷ ଟଙ୍କା ଲୁଟି ନେଇଗଲେ ଦୁର୍ବୃତ୍ତ । ନ
ସ୍ପଷ୍ଟ ଦିବାଲୋକରେ ୪ ଲକ୍ଷ ଟଙ୍କା ଲୁଟି ନେଇଗଲେ ଦୁର୍ବୃତ୍ତ


ବଲାଙ୍ଗିର, ୩ ଜୁନ୍ (ହି.ସ.)- ଗତକାଲି ବ୍ୟାଙ୍କରୁ ଟଙ୍କା ଉଠାଣ କରି ଆସୁଥିବା ବେଳେ ସ୍ପଷ୍ଟ ଦିବାଲୋକରେ ପାଟଣାଗଡ ଠାରେ ଟଙ୍କା ଲୁଟ ଖବର ଆସିଛି।

ପାଟଣାଗଡ ରାମଜୀଛକ ନିକଟସ୍ଥ ମହାବୀର ଆଇରନ ଷ୍ଟୋର ମାଲିକ ପର୍ଶୁରାମ ଫଂସାରୀଙ୍କ ଠାରୁ ସ୍ପଷ୍ଟ ଦିବାଲୋକରେ ୪ ଲକ୍ଷ ଟଙ୍କା ଲୁଟି ନେଇଗଲେ ଦୁର୍ବୃତ୍ତ । ନୀଳ ରଙ୍ଗର ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ଟଙ୍କା ଲୁଟିନେଲେ । ପାଟଣାଗଡ଼ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ନିଜ ଦୋକାନ ସାମ୍ନାରେ ପହଞ୍ଚି ବାଇକ ଡିକିରୁ ଟଙ୍କା କାଢି ଦୋକାନକୁ ଯିବା ସମୟରେ ଦୁର୍ବୃତ ମାନେ ବ୍ୟାଗ ଝାଂପି ନେଇ ଫେରାର୍‌ ହୋଇଯାଇଥିଲେ । ପାଟଣାଗଡ଼ ପୋଲିସ ଘଟଣାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଦୁର୍ବୃତ୍ତ ମାନଙ୍କୁ ଖୋଜିବାରେ ଲାଗିଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande