ଘଟଗାଁ, ୦୩ ଜୁନ(ହି.ସ ) - ବଡ଼ପୁଅ ଦୃଘଟଣାରେ ମୃତ୍ୟୁ ବରଣ କରିଥିବା ପରେ ସାନପୁଅର ସନ୍ଧେହ ଜଣକ ମୃତ୍ୟୁକୁ ନେଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ।ସମୟ ସମୟରେ ବେଢ଼ି ଉପରେ କୋରୋଡା ପଡିଲା ଭଳି ଦଣ୍ଡ ଭଗବାନ ଦେଇଥାନ୍ତି । ସେହିଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଘଷିପୁରା ବ୍ଲକ ଅନ୍ତର୍ଗତ ଗୋହିରା ପଂଚାୟତ ତାଳଗାଁର ସୁରେନ୍ଦ୍ର ମହାକୁଡ଼ଙ୍କ ପରିବାରରେ । ଗତ ୯ଦିନ ପୂର୍ବରୁ ସାନପୁଅ ବିପିନ ମହାକୁଡ଼(୨୫) ଗ୍ରାମର କିଛି ଯୁବକ ମାନଙ୍କ ସହ ହରିଚନ୍ଦନପୁର ଅଂଚଳକୁ ରଙ୍ଗ କାମ କରିବା ପାଇଁ ଯାଇ ଆଉ ଫେରିନାହାନ୍ତି ।ଏକ ସନ୍ଧେହ ଜଣକ ମୃତ୍ୟୁ ଖବର ପରିବାର ଲୋକେ ପାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଖବର ପାଇ ଶାଳପଡା ଗରିବ ସେବା ସଦନର ସଭାପତି ଡ଼ଃ ଶମ୍ବୁନାଥ ରାଉତ ଏବଂ ସଦନର ସଦସ୍ୟ ସଦସ୍ୟା ଘଟଣା ସ୍ଥଳରେ ପହଂଚି ମୃତ ଯୁବକର ଶୁଦ୍ଧିକ୍ରିୟା ପାଇଁ ପରିବାର ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି । ଘରେ ବାପା, ମାଆ ,ବିଧବା ଭାଉଜ ,ପୁତୁରା ୪ଜଣ ଅସହାୟ ହୋଇପଡ଼ିଛନ୍ତି ।ମୁଣ୍ଡ ଗେଂଯିବା ପାଇଁ ପକ୍କା ଘର ଖଣ୍ଡିଏ ନାହିଁ ବର୍ଷା ପବନରେ ଚାଳ ଛପର ଭଙ୍ଗା ପଡିଥିବା ବେଳେ ଭଙ୍ଗା ଘରେ ଜୀବନ କାଟୁଛନ୍ତି ପରିବାର ଲୋକେ । ଏହି ଘଟଣା ପାଇବା ପରେ ଘଷିପୁରା ବିଡିଓ ଏବଂ ସ୍ଥାନୀୟ ସରପଂଚଙ୍କ ସହ ଆଲୋଚନା କରିଛନ୍ତି ଡ଼ଃ ରାଉତ । ଏଥିସହ ପରିବାର ଲୋକେ କିପରି ସରକାରୀ ସୁଯୋଗ ସୁବିଧା ପାଇପାରିବେ ଏଥିପ୍ରତି ଗମ୍ଭୀରତା ସହ ଗ୍ରହଣ କରାଯିବ ବୋଲି ଡ଼ଃ ରାଉତ ପ୍ରତିଶ୍ରୁତି ବଦ୍ଧ ହୋଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସେବା ସଦନର ସଦସ୍ୟ ତପନ କୁମାର ଧୀର, ପୁଷ୍ପଲତା ମହାନ୍ତି,ବିଶ୍ୱପ୍ରଭା ଦେବ, ସୌଦାମିନୀ ଦାସ,ଶକ୍ତି ରଞ୍ଜନ ମହାନ୍ତି, ସନ୍ଦୀପ ଜେନା, ମାନସ ସାହୁ, ପ୍ରଦୀପ ସାହୁ, ରବି ମହାନ୍ତି, ମନମୋହନ ପାତ୍ର,ମୋହନ କାଇଥାର, ରବୀନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ