ଡିଜିଟାଲ୍ ଆରେଷ୍ଟ ନାଁରେ କଲ୍ ଆସିଲେ ଅଭିଯୋଗ କରିବାକୁ ଓଡ଼ିଶା ପୋଲସର ପରାମର୍ଶ
ଭୁବନେଶ୍ୱର,୦୩ ଜୁନ (ହି.ସ.) - ଭାରତୀୟ ଆଇନରେ ଡିଜିଟାଲ୍ ଆରେଷ୍ଟ ଭଳି କୌଶସି ଶବ୍ଦ ନାହିଁ। ତେଣୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଓଡ଼ିଶା ପୋଲିସ। ଓଡ଼ିଶା ପୋଲିସ ପକ୍ଷରୁ ‘ଏକ୍ସ’ ଯୋଗେ ସତର୍କ ରହିବାକୁ ସୂଚନା ଦେଇ କୁହାଯାଇଛି ଯେ ଆଜିକା ଦିନରେ ସାଇବର ଅପରାଧିମାନେ ବିଭିନ୍ନ ଉପାୟରେ ଠକୁଛନ୍ତି। ନ୍ୟା
ଡିଜିଟାଲ୍ ଆରେଷ୍ଟ ନାଁରେ କଲ୍ ଆସିଲେ ଅଭିଯୋଗ କରିବାକୁ ଓଡ଼ିଶା ପୋଲସର ପରାମର୍ଶ


ଭୁବନେଶ୍ୱର,୦୩ ଜୁନ (ହି.ସ.) - ଭାରତୀୟ ଆଇନରେ ଡିଜିଟାଲ୍ ଆରେଷ୍ଟ ଭଳି କୌଶସି ଶବ୍ଦ ନାହିଁ। ତେଣୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଓଡ଼ିଶା ପୋଲିସ। ଓଡ଼ିଶା ପୋଲିସ ପକ୍ଷରୁ ‘ଏକ୍ସ’ ଯୋଗେ ସତର୍କ ରହିବାକୁ ସୂଚନା ଦେଇ କୁହାଯାଇଛି ଯେ ଆଜିକା ଦିନରେ ସାଇବର ଅପରାଧିମାନେ ବିଭିନ୍ନ ଉପାୟରେ ଠକୁଛନ୍ତି। ନ୍ୟାୟିକ ଅଧିକାରୀ, ପୋଲିସ, ସିବିଆଇ, କଷ୍ଟମ୍ସ ଅଧିକାରୀ କହି ଠକୁଛନ୍ତି। ଏଭଳି ଫୋନ୍ କଲ୍ ଆସିବା ମାତ୍ରେ ନିକଟସ୍ଥ ଥାନା ବା ୧୯୩୦କୁ ଜଣାଇ ଅଭିଯୋଗ କରିବାକୁ ଓଡ଼ିଶା ପୋଲିସ ନିବେଦନ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande