ଭୁବନେଶ୍ୱର,୦୩ ଜୁନ (ହି.ସ.) - ୩୭ ଲକ୍ଷ ୮୮ ହଜାର ୯୫ ଜଣ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପାଇଁ ଆବେଦନ କରିଛନ୍ତି। ବିଭାଗ ପକ୍ଷରୁ ସର୍ଭେରେ ୩୪ ଲକ୍ଷ ୩୪ ହଜାର ୨୨୯ ହିତାଧିକାରୀ ଆବେଦନ କରିଛନ୍ତି । ସେହିପରି ନିଜେ ମୋବାଇଲରେ ୩ ଲକ୍ଷ ୫୩ ହଜାର ୮୬୬ ହିତାଧିକାରୀ ଆବେଦନ କରିଛନ୍ତି। ନିଜେ ଆବେଦନ କରିଥିବା ହିତାଧିକାରୀଙ୍କ ସର୍ଭେ କାମ ମାସେ ଭିତରେ ସରିବ। ଆବେଦନ କରିଥିବା ହିତାଧିକାରୀଙ୍କ ତାଲିକା ରାଜ୍ୟ ସରକାର କେନ୍ଦ୍ରକୁ ପଠାଇବେ। ମେ ୩୧ ତାରିଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ ତାରିଖ ଶେଷ ହୋଇଛି। ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଏହି ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା