ପଶ୍ଚିମ ଓଡ଼ିଶାରେ ପୁଣି ମାଓବାଦୀଙ୍କ କାୟା ବିସ୍ତାର ଘନୀଭୂତ
ସମ୍ବଲପୁର, ୦୩ ଜୁନ୍ (ହି.ସ.) - ପଶ୍ଚିମ ଓଡ଼ିଶାରେ ପୁଣି ମାଓବାଦୀ ତାର କାୟା ବିସ୍ତାର କରିବାରେ ଲାଗିଛି। ବଲାଙ୍ଗୀର-ବରଗଡ ସୀମାନ୍ତବର୍ତି ଗନ୍ଧମାର୍ଦ୍ଦନ ପର୍ବତରେ ପୁଣି ମାଓକ୍ୟାମ୍ପ ଠାବ ହେବାପରେ ଏହା ସ୍ପଷ୍ଟ ହୋଇଛି । ଗତ କିଛିଦିନ ତଳେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ନିକଟସ୍ଥ ଗନ୍ଧମାର୍ଦ୍ଦନ ଓ ତୁର
ପଶ୍ଚିମ ଓଡ଼ିଶାରେ ପୁଣି ମାଓବାଦୀଙ୍କ  କାୟା ବିସ୍ତାର ଘନୀଭୂତ


ସମ୍ବଲପୁର, ୦୩ ଜୁନ୍ (ହି.ସ.) - ପଶ୍ଚିମ ଓଡ଼ିଶାରେ ପୁଣି ମାଓବାଦୀ ତାର କାୟା ବିସ୍ତାର କରିବାରେ ଲାଗିଛି। ବଲାଙ୍ଗୀର-ବରଗଡ ସୀମାନ୍ତବର୍ତି ଗନ୍ଧମାର୍ଦ୍ଦନ ପର୍ବତରେ ପୁଣି ମାଓକ୍ୟାମ୍ପ ଠାବ ହେବାପରେ ଏହା ସ୍ପଷ୍ଟ ହୋଇଛି । ଗତ କିଛିଦିନ ତଳେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ନିକଟସ୍ଥ ଗନ୍ଧମାର୍ଦ୍ଦନ ଓ ତୁରେକେଲା ଥାନା ଅନ୍ତର୍ଗତ ଚାନ୍ଦଲିଜଙ୍ଗଲରେ ମାଓକ୍ୟାମ୍ପଠାବ କରାଯାଇଥିଲା ।

ଗତ ୩୦ ତାରିଖରେ ବରଗଡ ଜିଲ୍ଲାର ପାଇକମାଲ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଧନ ପର୍ବତରେ ଡିଭିଏଫଟିମ କୁମ୍ବିଂ କରୁଥିବା ବେଳେ ମାଓକ୍ୟାମ୍ପ ଠାବ କରିଛନ୍ତି । ସେଠାରେ ବିପୁଳ ପରିମାଣର ମାଓସାମଗ୍ରୀ ଜବତ କରାଯାଇଥିବା ବିଷୟରେ ଆଜି ବରଗଡ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ବରଗଡ ଏସପି ଏସ.ମୀନା ସୂଚନା ଦେଇଛନ୍ତି । ଏସପି ଶ୍ରୀ ମୀନା କହିଛନ୍ତି ଯେ,ଡିଭିଏଫ ଟିମ ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ କୁମ୍ବିଂକରିଥିଲେ । ଜଙ୍ଗଲଭିତରୁ ମାଓକ୍ୟମ୍ପକୁ ଠାବ କରାଯାଇଥିଲା। ସେଠାରେ ଡିଟୋନେଟର, ଜିଲୋଟିନ (ବିଷ୍ଫୋରକ) ଟିଫିନ, ଛତା, ମାଓପୋଷାକ, ତାର, ପେନସିଲ ବ୍ୟାଟେରୀ, ନକ୍ସଲପତ୍ରିକା, ଲାଲବେନର କପଡା ଇତ୍ୟାଦି ଜବତ କରାଯାଇଛି । ମାଓବାଦୀ ଏହାକୁ ଛାଡିଯାଇଥିବା କୁହାଯାଉଛି । ତେବେ ଗତ ଅଗଷ୍ଟମାସରେ ବରଗଡ ଜିଲ୍ଲାରେ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଥିଲେ । ସେମାନଙ୍କୁ ପଚରାଉଚୁରା ବେଳେ ଅନେକ ସ୍ଥାନର ମାଓକ୍ୟାମ୍ପ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ । ସେହି ଆଧାରରେ ଡିଭିଏଫ ଓ ଏସଓଜି ଟିମ କୁମ୍ବିଂକରି ସେହି ମାଓକ୍ୟାମ୍ପଗୁଡିକ ଉପରେ ଚଢାଉ କରୁଛନ୍ତି ବୋଲି ବରଗଡ ଏସପି ମୀନା ସୂଚନା ଦେଇଛନ୍ତି । ପ୍ରକାଶ ଯେ,ବରଗଡ ଜିଲ୍ଲାର ପାଇକମାଳ, ଝାରବନ୍ଧ ଅଂଚଳକୁ ଲାଗିରହିଥିବା ଗନ୍ଧମାର୍ଦ୍ଦନ ପର୍ବତରେ ଗତ ୧୬ବର୍ଷ ହେଲା ମାଓବାଦୀ କାର୍ଯ୍ୟକଳାପ ଚାଲିଆସିଛି । ପୋଲିସ ଗୁଳିରେ ଅନେକ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ପୋଲିସ ସୂଚନାକାରୀ ସନ୍ଦେହରେ ମାଓବାଦୀମାନେ ଅନେକଲୋକଙ୍କୁ ପ୍ରଜାକୋର୍ଟ କରି ହତ୍ୟା କରିଛନ୍ତି । ସରକାର ମାଓବାଦୀଙ୍କ ପ୍ରତି କଠୋର ମନୋଭାବ ପ୍ରଦର୍ଶନ ପରେ ଅନେକମାଓବାଦୀ ଆତ୍ମସମର୍ପଣ ମଧ୍ୟ କରିଛନ୍ତି । ବରଗଡ-ବଲାଙ୍ଗୀର-ମହାସମୁନ୍ଦ ଡିଭିଜନ ଅନ୍ତର୍ଗତ ଏହି ଅଂଚଳରେ ମାଓବାଦୀ କାର୍ଯ୍ୟକଳାପ କମିଛି କିନ୍ତଙ୍କୁୁ ସଂପୂର୍ଣ୍ଣ ନିର୍ମୁଳ ହୋଇନାହିଁ । ଛତିଶଗଡରେ ମାଓବାଦୀଙ୍କୁ ପୋଲିସର ଘନଘନ ଆକ୍ରମଣ ପରେ ମାଓବାଦୀ ଛତ୍ରଭଙ୍ଗଦେଇ ନୂଆପଡାର ଜିଲ୍ଲାର ଜଙ୍ଗଲ ଦେଇ ଗନ୍ଧମାର୍ଦ୍ଦନ ପର୍ବତକୁ ଚାଲିଆସୁଥିବା ଗୁଇନ୍ଦା ବିଭାଗ ସୂଚନା ଦେଉଛି । ଗନ୍ଧମାର୍ଦ୍ଦନ ଏକ ବିଶାଳ ଜଙ୍ଗଲ ହୋଇ ଥିବାରୁ ବରଗଡ ଓ ବଲାଙ୍ଗୀର ଉଭୟ ପଟୁ ଡିଭିଏଫ ଓ ଏସଓଜି ଜବାନମାନେ କୁମ୍ବିଂ ଚଳାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande