ରାଜ୍ୟର ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ ସହିତ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଏକାଧିକ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର, ୩ ଜୁନ୍ (ହି.ସ.) - ରାଜ୍ୟର ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ସଡ଼କ ଦୁର୍ଘଟଣା ହ୍ରାସ କରିବା ଉଦ୍ଦେଶ୍ୟରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୂବନେଶ୍ୱର ସ୍ଥିତ କନଭେନସନ ହଲଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ଓ ସେବାର ଉଦଘାଟନ କରିଛନ୍ତି। ଏହି କ୍ରମରେ
ସଡ଼କ


କେନ୍ଦୁଝର, ୩ ଜୁନ୍ (ହି.ସ.) - ରାଜ୍ୟର ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ସଡ଼କ ଦୁର୍ଘଟଣା ହ୍ରାସ କରିବା ଉଦ୍ଦେଶ୍ୟରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୂବନେଶ୍ୱର ସ୍ଥିତ କନଭେନସନ ହଲଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ଓ ସେବାର ଉଦଘାଟନ କରିଛନ୍ତି।

ଏହି କ୍ରମରେ କେନ୍ଦୁଝର ରାମଚନ୍ଦ୍ରପୁରଠାରେ ଏକ ଏଟିଏସ୍ ବା ସ୍ୱୟଂକ୍ରିୟ ଯାନ ପରୀକ୍ଷଣ ବ୍ୟବସ୍ଥା କେନ୍ଦ୍ରର ସ୍ଥାପନ ପାଇଁ ଶିଳାନ୍ୟାସ ମଧ୍ୟ ହୋଇଛି। ଏଠାରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ପାରଦର୍ଶିତାର ସହ ଗାଡ଼ିର ଫିଟନେସ ପରୀକ୍ଷା ସଂପନ୍ନ କରାଯିବ । ଯାହା ସଡ଼କରୁ ଅନୁପଯୁକ୍ତ ଗାଡ଼ି ହ୍ରାସ କରି ସଡ଼କ ସୁରକ୍ଷାକୁ ସଶକ୍ତ କରିବ।

ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ କେନ୍ଦୁଝର ଦରବାର ହଲଠାରେ ଆଭାସୀ ମାଧ୍ୟମରେ ଜିଲ୍ଲାପାଳ ବିଶାଲ ସିଂହ, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଆଂଚଳିକ ପରିବହନ ଅଧିକାରୀ ଗୋପାଳ ଚନ୍ଦ୍ର ଦାସ, ଡେପୁଟି କଲେକ୍ଟର ଅଭିଳାଷ ପୁରୋହିତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ, ଜିଲ୍ଲା ପରିବହନ ବିଭାଗର ସାଂସଦ ପ୍ରତିନିଧି ରଞ୍ଜନ ତ୍ରିପାଠୀ, ଅନ୍ୟ ପ୍ରଶାସନିକ ଅଧିକାରୀ, ସ୍ୱେଚ୍ଛାସେବୀ ଏବଂ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ ଏବଂ ସଡ଼କ ସୁରକ୍ଷା ଶପଥ ପାଠ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ବିଭୂତି/ଭାନୁ

ହିନ୍ଦୁସ୍ଥାନ ସମାଚାର / ବିଭୁତି


 rajesh pande