ଗଂଜାମ, ୩ ଜୁନ୍ (ହି.ସ.)- ଭୁବନେଶ୍ଵର ରାଜ୍ୟ ଆଂଚଳିକ ଆଧାର କେନ୍ଦ୍ରର ଶିଥିଳତା ଯୋଗୁଁ ଆଧାରକାର୍ଡରେ ଥିବା ତୃଟି ଠିକ୍ ସମୟରେ ସଂଶୋଧନ ହୋଇ ପାରୁନଥିବାରୁ ଆଧାର କାର୍ଡ ହିତାଧୀକାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୃଟିବଶତଃ ଅନେକକଂର ଡିଓବି କ୍ରସଲିମିଟ ହୋଇଯାଇଛି ।ଏହି ଧରଣର ହିତାଧୀକାରୀ ମାନେ ଡିକ୍ଳେରେସନ ଫର୍ମ ସହ ଆବେଦନ କରିଛନ୍ତି । ଏହାପରେ ରାଜ୍ୟ ଆଧାର କେନ୍ଦ୍ରର ଜଣେ ତଦନ୍ତ ଅଧିକାରୀ ସଂପୃକ୍ତ ଭୂଲ ହୋଇଥିବା ହିତାଧିକାରୀଙ୍କ ଅଂଚଳକୁ ଘଟଣାର ଅନୁଧ୍ୟାନ କରି ରିପୋର୍ଟ ଦେବାପରେ କ୍ରସ ଲିମିଟ ହୋଇଥିବା ଡିଓବି ସଂଶୋଧିତ ହେବା ବ୍ଯବସ୍ଥା ରହିଛି । ତେବେ ରାଜ୍ୟ ଆଂଚଳିକ ଆଧାର କେନ୍ଦ୍ର ପକ୍ଷରୁ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବାରୁ ହିତାଧିକାରୀମାନେ ନାହିଁ ନଥିବା ହଟହଟାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଏହି କାର୍ଯ୍ଯକ୍ରମକୁ ତ୍ୱରାନ୍ୱିତ କରିବାକୁ ସାଧାରଣରେ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ