କନ୍ଧମାଳ , ୩ ଜୁନ୍ (ହି.ସ.)ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ବିପର?୍ୟ୍ୟୟ ପରିଚାଳନା ବିଭାଗର ପରିଚାଳନା ରେ, ଜିଲ୍ଲା ସ୍ତରୀୟ ସନ୍ତରଣ ଓ ପାଣିରେ ବୁଡି ଯିବା ବେଳେ ଜୀବନ ରକ୍ଷା କରିବା ପ୍ରାଥମିକ କୌଶଳର ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି। ସୋମବାର ଦିନ ଫୁଲବାଣୀ ପଂଚାୟତ ସାଧନ କେନ୍ଦ୍ରରେ ଆୟୋଜନ କରାଯାଇଥିବା ଏହି ୧୦ ସପ୍ତାହ ବ୍ୟାପୀ ପ୍ରଶିକ୍ଷଣ ଶିବିର କୁ କନ୍ଧମାଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଏହି କାର୍ଯ୍ୟକ୍ରମ ଜିଲ୍ଲାର ଯୁବକ ମାନଙ୍କ ପାଇଁ ଜୀବନ ବଂଚାଇବାର କୌଶଳ ଶିକ୍ଷା କରିବା ର ଏକ ସୁନ୍ଦର ସୁଯୋଗ, ଯାହା ସେମାନଙ୍କୁ ଜୀବନ ସାରା ସହାୟକ ହେବ ବୋଲି କରିଥିଲେ। । ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଜିଲ୍ଳା ନିର୍ବାଚନ ଅଧିକାରୀ କୁମୁଦିନି ମଲ୍ଲିକ ଯୋଗ ଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଓଡିଶା ତ୍ୱିବରି ବିପର୍ଯ୍ୟୟ ସହାୟତା ବାହିନୀ (ଓଡ୍ରାଫ୍) ର ଡେପୁଟି ସୁବେଦାର ବିବେକାନନ୍ଦ ଦାସ ଯୋଗ ଦେଇ ପାଣିରେ ବୁଡିଯିବା ବେଳେ ନିଜେ ଜୀବନ ରକ୍ଷା କରିବା ସହ ଅନ୍ୟ କୁ ରକ୍ଷା କରିବା କୌଶଳ ର ପ୍ରୟୋଗ ବାବଦରେ ବକ୍ତବ୍ୟ ରଖିଥିଲେ। ପରେ ପରେ ସନ୍ତରଣ ଓ ଏଥି ସମ୍ପର୍କୀତ ବିଭିନ୍ନ କୌଶଳ ପ୍ରଶିକ୍ଷଣ କାର?୍ୟ୍ୟକ୍ରମ ଆରମ୍ଭ ହୋଇଥିଲା। ଆଜି ପିଲ।। ସାଲୁଙ୍କି ଡ୍ୟାମ୍ ଠାରେ ସମସ୍ତ ୩୦ ଜଣ ପ୍ରଶିକ୍ଷାର୍ଥୀ ମାନଙ୍କୁ ଓଡ୍ରାଫ୍ ବାହୀନି ବସ ଯୋଗେ ନେଇ ସନ୍ତରଣ ର ବିଭିନ୍ନ କୌଶିକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଆସନ୍ତା ଶନିବାର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟର ୩୦ ଜଣ ପ୍ରଶିକ୍ଷାର୍ଥୀ ମାନଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହିଭଳି ୧୦ ଟି ପର୍ଯ୍ୟାୟରେ ଜିଲ୍ଲା ର ୩ ଶହ ଯୁବକଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଜିଲ୍ଲା ଆପାତତଃ କାଳୀନ ଅଧିକାରୀ ଶ୍ରୀ ରଞ୍ଜନ କୁମାର ମାର୍ଥା କହିଛନ୍ତି। ଏହି ଶିବିରରେ ଓଡ୍ରାଫ୍ ବାହିନୀର ହାବିଲଦାର ରାକେଶ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ବାଙ୍କବିହାରୀ ଗୋପାଳ,ବିଜୟ କୁମାର ସାହୁ,ସଞ୍ଜୟ କୁମାର ସାହୁ,ପଙ୍କଜଚରଣ ଖଟେଇ,ସଞ୍ଜୟ ସାହୁ, ପ୍ରଭୁପ୍ରସାଦ ମଣ୍ଡଳ ଓ ମଣିବିର ସାମନ୍ତରାୟ ପ୍ରମୁଖ ତାଲିମ ପ୍ରଦାନ କରୁଛନ୍ତି। ସୁରକ୍ଷା ବାହିନୀ,ଅଗ୍ନିଶମ ବିଭାଗ,ପୋଲିସ୍ ଏବଂ ରାଜସ୍ୱ ନିରୀକ୍ଷକ ଆଦି ଚାକିରି ପାଇଁ ପ୍ରାର୍ଥୀ ମାନଙ୍କ ସନ୍ତରଣ ଜ୍ଞାନ ନିହାତି ଆବଶ୍ୟକ ଥିବା ବେଳେ କନ୍ଧମାଳ ଜିଲ୍ଲା ରେ ସନ୍ତରଣ ଶିଖିବା ପାଇଁ କୌଣସି ସୁବିଧା ନଥିବା ବେଳେ ସରକାରଙ୍କ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ର ଯୁବକ ମାନଙ୍କୁ ବହୁତ ସହାୟକ ହେବ ବୋଲି ତାଲିମ ଶିବିର ର ଶିକ୍ଷାର୍ଥୀ ମାନେ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ