କଲେଜ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଧର୍ମଶାଳା, ୩ ଜୁନ୍‌ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କୋତପୁର ପଂଚାୟତ ବଜ୍ରଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ମଚାରୀ ବିଜୟ କୁମାର ସାହୁଙ୍କ ଉଦ୍ଦେଶ୍ୟରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଭାସ ଚନ୍ଦ୍ର ଚୋଲଙ୍କ ସଭାପତିତ୍ୱର
କଲେଜ କର୍ମଚାରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ


ଧର୍ମଶାଳା, ୩ ଜୁନ୍‌ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କୋତପୁର ପଂଚାୟତ ବଜ୍ରଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ମଚାରୀ ବିଜୟ କୁମାର ସାହୁଙ୍କ ଉଦ୍ଦେଶ୍ୟରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଭାସ ଚନ୍ଦ୍ର ଚୋଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ କଲେଜର ପୂର୍ବତନ ଅଧ୍ୟକ୍ଷ ଅନନ୍ତ କିଶୋର ମହାନ୍ତି ଓ ପତିତପାବନ ବଳସାମନ୍ତ ଯୋଗଦେଇ ଅବସର ଗ୍ରହଣ କରିଥିବା ଶ୍ରୀ ସାହୁ ସତ୍ୟନିଷ୍ଠ ରହି ନିଜର ଗୁରୁ ଦାୟିତ୍ୱ ସମାପନ କରିଛନ୍ତି ବୋଲି କହିଥିଲେ । ଅଧ୍ୟାପକ ସଞ୍ଜୟ କୁମାର ସାମଲ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଅଧ୍ୟାପକ ବାବାଜୀ ଚରଣ ସାହୁ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଅଧ୍ୟାପକ ଅମର ରଞ୍ଜନ ସାମଲ ଧନ୍ୟବାଦ ଜ୍ଞାପନ କରିଥିଲେ । ପରେ କଲେଜର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିବା ସହ ଏକ ଶୋଭାଯାତ୍ରାରେ ତାଙ୍କ ବାସଭବନ ପର୍ଯ୍ୟନ୍ତ ପାଚ୍ଛୋଟି ନେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande